ଭୂବନେଶ୍ବର ବୌଦ୍ଧ ମଧ୍ୟରେ ସରକାରୀ ବସ ସେବା ବନ୍ଦ କୁ ନେଇ ଅସନ୍ତୁଷ୍ଟ।
ଖଣ୍ଡପଡ଼ା ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଗତ ୨ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଭୂବନେସ୍ଵର ରୁ କଳା ପଥର ଭାପୁର, ଖଣ୍ଡପଡ଼ା ବାଣପୁର, ଗଣିଆ ଦଶପଲ୍ଲା, ଦେଇ ବୌଦ୍ଧ ଜିଲ୍ଲା କୁ ରାଜ୍ୟ ପରିବହନ ନିଗମର ୨ ଟି ଶୀତତାପ ନିୟନ୍ତ୍ରିତ ଯାତ୍ରୀ ବାହି ବସ୍ ଯୋଗେ ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳର ଯାତ୍ରୀ ମାନେ ସୁବିଧାରେ ଯାତାୟାତ କରିପାରୁଥିଲେ। ମାତ୍ର ଗତ ୩ ମାସ ହେଲାଣି ଉକ୍ତ ବସ୍ ସେବା ବନ୍ଦ ହୋଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉକ୍ତ ବସ୍ ଟି ଭୂବନେସ୍ବର ବରମୁଣ୍ଡା ବସଷ୍ଟାଣ୍ଡ ରୁ ପ୍ରାତଃ ସମୟରେ ଯାତ୍ରା ଆରମ୍ଭ କରି ଖଣ୍ଡପଡ଼ା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ସେଠାରୁ ଅପରାହ୍ନ ୪ ଟା ରୁ ବାହାରି ରାତି ୯ ଟା ସମୟରେ ଖଣ୍ଡପଡ଼ା ଦେଇ ଭୂବନେ ସ୍ଵର ଅଭିମୁଖେ ଯାତ୍ରା କରୁଥିଲା। ସେହିପରି ୨ ତିୟ ବସ୍ ଟି ଭୂବନେ ସ୍ଵର ବସ୍ ଷ୍ଟାଣ୍ଡରୁ ଅପରାହ୍ନ ୪ ଟା ବାହାରି ସନ୍ଧ୍ୟା ୭ ଟା ଖଣ୍ଡପଡ଼ା ରେ ପହଞ୍ଚି ବାପରେ ବୌଦ୍ଧ ସହରକୁ ଯାତ୍ରା କରୁଥିଲା।ଏ ବେ ସେ ବସ ସେବା ଟି ବନ୍ଦ ହୋଇଯିବାରୁ ଏ ଅଞ୍ଚଳ ର ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜ୍ୟ ପରିବହନ ନିଗମର କତ୍ତୃପକ୍ଷ ଉକ୍ତ ବସ୍ ସେବା ଟିକୁ ପୂର୍ଣ୍ଣର ବାର ଚାଲୁ କରିବା କୁ ସାଧାରଣ ରେ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment