ଗଣିଆ ବିଜେପି ମଣ୍ଡଳ ସଭାପତି ଭାବେ ମହାବୀର ମିଶ୍ର ମନୋନୀତ
ଗଣିଆ (ମଣିଭଦ୍ରା ଖବର) ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜଣେ ଦକ୍ଷ ସଂଗଠକ ତଥା ଯୁବ ଚେହେରା ଉପରେ ଭରସା କରିଛି ଦଳ । ଗଣିଆ ବ୍ଳକର ନୂତନ ମଣ୍ଡଳ ସଭାପତି ଭାବେ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ଗ୍ରାମର ମହାବୀର ମିଶ୍ର (ମୁନି ଭାଇନା)ଙ୍କୁ ମନୋନୀତ କରିଛି ବିଜେପି । ଏ ନେଇ ଦଳ ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବିଜେପି ଜିଲ୍ଲା ନିର୍ବାଚନ ଅଧିକାରୀ ପବିତ୍ର ଦାସଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଜିଲ୍ଲାରେ ଗତ ୪ ତାରିଖରେ ମଣ୍ଡଳ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ସମସ୍ତଙ୍କୁ ଚକମା ଦେଇ ଶ୍ରୀମିଶ୍ର ସଭାପତି ପଦ ହାତେଇ ନେଇଛନ୍ତି । ଏପରିକି ମଣ୍ଡଳ ପ୍ରତିନିଧି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଚୟନ କରାଯାଇଛି । ତେବେ ଉକ୍ତ ଖବର ପାଇବା ପରେ ଶ୍ରୀମିଶ୍ର ଉଭୟ ଜିଲ୍ଲା ନେତୃ ମଣ୍ଡଳ ଏବଂ ରାଜ୍ୟ ନେତୃ ମଣ୍ଡଳଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଶ୍ରୀ ମିଶ୍ର ସଭାପତି ପଦବୀ ପାଇବା ପରେ ଗଣିଆ ବିଜେପି ଶିବିରରେ ଖୁସିର ଲହରୀ ଖେଳି ଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



إرسال تعليق