ଜାଲ୍ ସାର୍ଟିପିକେଟ୍ ପ୍ରଦାନ କରି ଅଙ୍ଗନବାଡ଼ି ରେ ନିଯୁକ୍ତି , କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଗଂଜାମ (ମଣିଭଦ୍ରା ଖବର) ,ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗିରିଆ ଅଙ୍ଗନବାଡି କେନ୍ଦ୍ର ନମ୍ବର.୦୩ ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଜାଲ୍ ସାଠୀପିକେଟ୍ ପ୍ରଦାନ କରି ଅଙ୍ଗନବାଡି କର୍ମୀ ରୁପେ ବହୁବର୍ଷ ଧରି କର୍ଯ୍ୟକରି ଆସୁଥିବା ଅଭିଯୋଗ ହୋଇଛି। ଏଥିପୂର୍ବରୁ ଉକ୍ତ ଅଙ୍ଗନବାଡି କର୍ମୀ ଙ୍କ ବିରୁଧରେ ବହୁବାର ଅଭିଯୋଗ ହୋଇଥିଲେମଧ୍ୟ କୌଣସି ପ୍ରାକାର କାର୍ଯ୍ୟାନୁଷ୍ଠାନ ବିଭାବିଗୀୟ କାର୍ଯ୍ୟାଳୟ ତରଫରୁ ହୋଇନଥିବା ଅଭିଯୋଗ କାରି କ୍ଷୋଭରସହ ପ୍ରକାସ କରିଚନ୍ତି। ପ୍ରକାଶଥାଉକି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ହିଞ୍ଜିଳିକାଟୁ, ପତ୍ର ସଂଖ୍ୟା ୫୬୦ /୧୨.୧୧.୨୦୧୦ ଆଦେଶ ପ୍ରକାରେ ଖରିଡା ପଞ୍ଚାୟତ ଅନ୍ତର୍ଗତ ଗୀରିଆ ଗ୍ରାମ କେନ୍ଦ୍ର ୩ ରେ ଶ୍ରୀମତି ଦୁନିଆ ଦଳାଇ ସ୍ୱାମୀ ଜୋହନ ଦଳାଇ, ଅଙ୍ଗନବାଡି କର୍ମୀ ରୁପେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ସମୟରେ ପ୍ରଦାନ କରିଥିବା ଦଶମ ଆନ୍ଦ୍ର ବୋଡ ସାଠିପିକେଟ ଜାଲି ବୋଲି ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ ହୋଇଥିବା ସୁଚନା ମିଳିଛି। ଅଭିଯୋଗକାରୀ ଙ୍କ ପ୍ରକାରେ ପ୍ରଦାନ କରାଯାଇଥିବା ଟି. ସି ରେ ଜନ୍ମଗତ ସୁଚନା ନଥିବା ବେଳେ ବୋଡ଼ ସାଠିପିକେଟ୍ ୧୧.୭.୧୯୮୩ ରହିଛି କିନ୍ତୁ ଏଥିପୂର୍ବରୁ ପାଠପଢୁଥିବା ନିଜ ଗ୍ରାମ ନିକଟସ୍ଥ ଆଲପୁର ହାଇସ୍କୁଲ, ଆଲପୂର ଗ୍ରାମ ପ୍ରକାରେ ଆଡ଼ମିଶନ ନମ୍ବର -୦୦୦୯/୦୨୩୯/୭.୭.୧୯୯୯ ପିତା କବି ପ୍ରଧାନ ବୋଲି ଉଲ୍ଲେଖ ରହିଛି ସେ ଅଷ୍ଟମ ପାସ କରିଥିବା ଆର୍. ଟି. ଆଇ ସୂଚନାରୁ ଜଣାପଡିଛି ଉକ୍ତ ସ୍କୁଲ୍ ରେ ଆଡ଼ମିଶନ ରେଜିଷ୍ଟର ରେ ଜନ୍ମଗତ ପ୍ରମାଣ ତାରିଖ ୧.୭.୧୯୮୬ ରହିଛି ଅନ୍ୟପକ୍ଷରେ ସୁଚନା କଲମ ୬ ରେ ୨୭.୫.୨୦୨୨ ସୁଦ୍ଧା ଉକ୍ତ ସ୍କୁଲ୍ ରୁ ଟି. ସି ପ୍ରଦାନ କରାଯାଇନାହିଁ। ଏଣୁ ଏଠାରେ ପ୍ରଶ୍ନ ଉଠେ ସୁଚନା ଆଇନରେ ମିଳିଥିବା ଆଲପୁର ହାଇସ୍କୁଲ ର ଜନ୍ମ ତାରିଖ ଠିକ୍ ନା ଅଙ୍ଗନବାଡି ନିଯୁକ୍ତି ସମୟରେ ପ୍ରଦାନ କରିଥିବା ଆନ୍ଧ୍ର ବୋର୍ଡ ସାଠିପିକେଟ୍ ଏବଂ ଟି ସି ଠିକ୍ ? ବହୁବର୍ଷ ଧରି ଏଭଳି କାଗଜ ପତ୍ର ପ୍ରଦାନ କରି ଚାକିରି କରୁଥିବା ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।


إرسال تعليق