ଜିତେନ୍ଦ୍ର ପୃଷ୍ଟି ଜିଲ୍ଲା ଏଡିଇଓ ସଂଘ ସଭାପତି
ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଏଡିଇଓ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ଓଡ଼ଗାଁ ବ୍ଳକର ଏଡିଇଓ ଜିତେନ୍ଦ୍ର ପୃଷ୍ଟି ଏବଂ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି । ଉପଦେଷ୍ଟା ଭାବେ ବାଦଲ କୁମାର ଷଡ଼ଙ୍ଗୀ, ସରୋଜ କାନ୍ତ ରଥ, ରବିନ୍ଦ୍ର କୁମାର ସ୍ବାଇଁ,ଅବିନାଶ ନାୟକ, ରଶ୍ମିତା ପଣ୍ଡା,ରଶ୍ମିରେଖା ସାହୁ,ବବିତା ବସନ୍ତରା ଏବଂ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ମିଶ୍ରଙ୍କୁ ଚୟନ କରାଯାଇଛି । ସମସ୍ତ ସଭ୍ୟ ସଂଘର କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଶୃଂଖଳାର ସହିତ ସଂଘକୁ ଆଗେଇ ନେବାରେ ସହଯୋଗ କରିବାକୁ ନୂତନ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


إرسال تعليق