BREAKING
Loading...
:

ମା ଧନ ଲକ୍ଷ୍ମୀ ପ୍ରଡକ୍ସନ ତରଫରୁ ଆଲୋଚନା ସଭା ସହ ଲଟେରୀ ଉଠାଣ

 ମା ଧନ ଲକ୍ଷ୍ମୀ  ପ୍ରଡକ୍ସନ ତରଫରୁ ଆଲୋଚନା ସଭା ସହ ଲଟେରୀ ଉଠାଣ       

                                       


ଭୁବନେଶ୍ଵର (ମଣିଭଦ୍ରା ଖବର ) ବ୍ରହ୍ମପୁର ଅରବିନ୍ଦ ନଗର୍ ସ୍ଥିତ ମା ଧନ ଲକ୍ଷ୍ମୀ ପ୍ରଡଡକ୍ସନ  ପରିସରରେ ମା ଧନ ଲକ୍ଷ୍ମୀ ର ଏକ ଆଲୋଚନା ସଭା ସହ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିନେତା ତଥା ପ୍ରଯୋଜକ ଧିରେନ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ, ସମ୍ମାନୀତ ଅତିଥି ରୂପେ ସୁରଭି ର ସଭାନେତ୍ରୀ ଉଷା ରାଣୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ,  ସମାଜସେବୀ ପରମେଶ୍ବର ସାବତ, ଗାୟିକା ସମିତା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନା ନିର୍ଦ୍ଦେଶିକା ସ୍ମିତା ପାଣିଗ୍ରାହି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମିତା ଦଳାଇ ସଂଯୋଜନା କରିଥିଲେ। ପ୍ରଭାତ ସୁଆର ଲଟେରୀ ବିଜେତା ହୋଇଥିଲେ, ।ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗ୍ରାହକ ଉପସ୍ଥିତ ଥିଲେ । ଶେଷରେ ରାଜ୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS