କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ସଂସ୍କୃତ ବିଭାଗରେ ଆଲୋଚନା ଚକ୍ର
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ଏକ ଯୋଗ ବିଷୟକ ଆଲୋଚନା ଚକ୍ର "ବିଦ୍ୟାର୍ଥୀ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଶିବିର" ଶ୍ରୀଯୁକ୍ତ ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡ. ବିଶ୍ବ ରଞ୍ଜନ ରଥ, ଯୋଗାଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୁଖ୍ୟ ବକ୍ତା ରୂପରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ଉଭୟ ସିଦ୍ଧାନ୍ତ (ଥିଓରୀ) ଓ ବ୍ୟାବହାରିକ ଜ୍ଞାନ ପ୍ରଦାନ କରିଥିଲେ। ନିର୍ଭୟ, ସତ୍ୟ, ସଯଂମ, ନିଷ୍ଠା ଇତ୍ୟାଦି ଗୁଣର ଉଦାହରଣ ସହ ମହାପୁରୁଷ ମାନଙ୍କର ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବା ସହ ମହାବିଦ୍ୟାଳୟର ଅଧ୍ୟାପିକା ସୁଶ୍ରୀ ଜୟଶ୍ରୀ ସାହୁ, ଶ୍ରୀମତୀ ସରଳା ବେହେରା, ଶ୍ରୀମତୀ ରଶ୍ମିତା ସାହୁ,
ଶ୍ରୀଯୁକ୍ତ ସୁମନ୍ତ କୁମାର ଜେନା, ଶ୍ରୀଯୁକ୍ତ ମାନସ ରଂଜନ ଆଚାର୍ଯ୍ୟ, ଡ. ନିରୋଦ କୁମାର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment