BREAKING
Loading...
:

ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ

 ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ 


ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ  ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ସଂଖ୍ୟାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀମଧ୍ୟ ଜବତ କରାଯାଇଛି । 


ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ସୀମାଠାରୁ ପ୍ରାୟ ୮ କିଲୋମିଟର ଦୂର ଛତିଶଗଡ଼ର  ଇନ୍ଦାଗାଓଁ ଥାନା ଅଧୀନ ଅତାଙ୍ଗ ଜଙ୍ଗଲରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଓବାଦୀଙ୍କ ସହ ଇ-୩୦ ଓ ଏସ୍ଓଜି ଟିମ୍ ସହ ଗୁଳି ବିନିମୟ ହୋଇଥିଲା।


 ଏହି ଅଭିଯାନରେ ଓଡିଶା ପୋଲିସର ୫ଟି ଏସ୍ଓଜି ଟିମ୍, ଛତିଶଗଡ଼ ଇ-୩୦ର ୪ଟି ଟିମ୍ ଓ ସିଆରପିଏଫ ବିଏନ୍-୬୫ର ୩ଟି ଟିମ୍ କୁ ନେଇ ମୋଟ ୧୨ଟି କାର୍ଯ୍ୟକ୍ଷମ ଟିମ୍ ସାମିଲ ଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS