କର୍ପୋରେଟର ଘର ନିକଟରେ ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ।
ଭୁବନେଶ୍ଵର (ମଣିଭଦ୍ରା ଖବର) କଥାରେ ଅଛି ଦୀପ ତଳ ଅନ୍ଧାର । କର୍ପୋରେଟର ଘର ନିକଟରେ ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ଏହା ସହ ନାଳ ନର୍ଦ୍ଦମା ପୋତି ହେବାରେ ଲାଗିଛି କାହାର ନଜର ପଡୁନି କାହିଁକି । ଆଖିକି ଦେଖା ଯାଉନି ନାଁ ଜାଣି ନ ଜାଣିଲା ପରି ହେଉଛି ଘରୋଇ ଏଜେନ୍ସି (ପ୍ରତ୍ୟୁଷ) । ଦିନକୁ ଦିନ ଘରୋଇ ଏଜେନ୍ସି (ପ୍ରତ୍ୟୁଷ) ନାମରେ ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ଚୁପ୍ ବସିଛି ମହାନଗର ନିଗମ। କାହାର ଚାପରେ ରହିଛି ନିଗମ । ପାଞ୍ଚ ନମ୍ୱର୍ ୱାର୍ଡର ବହୁ ସ୍ଥାନ ରେ ଅଳିଆ ଠିକ୍ ସେ ସଫେଇ ହେଉନଥିବା ଦେଖିବାକୁ ମିଳିଥିବା ବେଳେ ନାଳ ନର୍ଦ୍ଦମା ମଧ୍ୟ ସମାନ ଅବସ୍ଥା । ଏପରି କେତେ ଦିନ ଚାଲିବ । ମହାନଗର ନିଗମ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି ହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ଘରୋଇ ଏଜେନ୍ସି (ପ୍ରତ୍ୟୁଷ) ଉପରେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment