ଵିଶାଲ ସିଡିସ କଁମ୍ପାନୀ ଓ ଗାୟତ୍ରୀ ପେଷ୍ଟିସାଇଡ୍ସ ମିଳିତରେ ସହଯୋଗରେ କୃଷି ସଚେତନତା ।
ଭୁବନେଶ୍ଵର (ମଣିଭଦ୍ରା ଖବର) ଚାରିଛକ ସ୍ଥିତ ତୁଳସୀପୁର ଠାରେ ଵିଶାଲ ସିଡିସ ଓ ଗାୟତ୍ରୀ ଫେଷ୍ଟିସାଇଡ୍ସ କମ୍ପାନୀ ଓ ଗାୟତ୍ରୀ ଓ ଫେଷ୍ଟିସାଇଡ୍ସ ମିଳିତ ସହଯୋଗରେ ଏକ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଵିଶାଲ ସିଡିସ ର ଏରିୟା ଆଦ୍ୟାଶ କର୍ମଚାରୀ ସୁଭାଗ୍ୟ ରଞ୍ଜନ ଦାସ ଓ ବିଳାସ ଚନ୍ଦ୍ର ଦାସ ଚାଷୀ ସଚେତନତା କାର୍ଯ୍ୟକ୍ରମ ରେ ଯୋଗଦେଇ ଚାଷ ଉପରେ ବୁଝାଇ ଥିଲେ । ଖରିଫ ଓ ରବି ସିଜିନିରେ ହେଉ ଥିବା ଧାନ ଚାଷ ଉପରେ କିଭଳି ଭାବେ କେଉଁ ପ୍ରଣାଳୀ ରେ ଚାଷ କଲେ ଅଧିକ ଧାନ ଫସଲ ଅମଳ ହେବ ଏହି ସଚେତନତା କାର୍ଯ୍ୟକ୍ରମ ରେ ଆସିଥିବା ଵିଶାଲ ସିଡିସ ର କର୍ମଚାରୀ ମାନେ କହିଥିଲେ ।ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ତୁଳସୀପୁର ର ଗାୟତ୍ରୀ ଫେଷ୍ଟିସାଇଡ୍ସ ର ପ୍ରୋପାଇଟର ଗୋକୁଳାନନ୍ଦ ବେହେରା ସହଯୋଗ ରେ ତୁଳସୀପୁର ସହିତ ଚାରିଛକ ,ବାହାରଣା ,ବାଳୁଙ୍କ ,ଖୁଲିସ ପ୍ରମୁଖ ଗ୍ରାମରୁ ୨ ଶହରୁ ଉର୍ଦ୍ଧ୍ବ ଚାଷୀ ଯୋଗଦେଇଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment