BREAKING
Loading...
:

ଚିନ୍ତାରେ ଆମେରିକା

 


*ଆମେରିକା ଏବଂ ପାକିସ୍ଥାନ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି। ୧୯୭୧ ମସିହାରେ ଭାରତ ସହିତ ଯୁଦ୍ଧ ସମୟରେ ଆମେରିକା ମଧ୍ୟ ନିଜର ନୌସେନାକୁ ପାକିସ୍ତାନକୁ ସାହାଯ୍ୟ କରିବାକୁ ପଠାଇଥିଲା। କିନ୍ତୁ ବର୍ତ୍ତମାନ ଆମେରିକା ଅଭିଯୋଗ କରିଛି ଯେ, ପାକିସ୍ତାନ ଏଭଳି କ୍ଷେପଣାସ୍ତ୍ର ତିଆରି କରୁଛି ଯାହା ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ।*

*ପେଣ୍ଟାଗନ୍‌ର ଆକଳନ ଅନୁଯାୟୀ ପାକିସ୍ତାନ ସେସବୁ ଦେଶ ତାଲିକାରେ ଯୋଗଦେବାକୁ ଉଦ୍ୟମ କରୁଛି ଯେଉଁମାନେ ଆମେରିକାର ମାଟି ଉପରେ ଆକ୍ରମଣ କରିବାକୁ ସକ୍ଷମ। ବର୍ତ୍ତମାନ ସୁଦ୍ଧା କେବଳ ରୁଷିଆ, ଉତ୍ତର କୋରିଆ ଏବଂ ଚୀନ୍ ଆମେରିକା ଉପରେ ଆକ୍ରମଣ କରିବାର କ୍ଷମତା ରଖିଛନ୍ତି। ଏବେ ପାକିସ୍ତାନ ସେହି ତାଲିକାରେ ଯୋଗଦେବାକୁ ଯାଉଥିବା ଆମେରିକା ଅଭିଯୋଗ କରିଛି।

ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS