ଶ୍ରମିକ ସମ୍ପର୍କ ଅଭିଯାନ ର ପ୍ରସ୍ତୁତି ବୈଠକ
(ମଣିଭଦ୍ରା ଖବର) ଜ଼ିଲ୍ଲା ଭାରତୀୟ ମଜଦୁର ସଂଘ ର ଆହ୍ବାନ କ୍ରମେ ସଂଘ ର ୭୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରମିକ ସମ୍ପର୍କ ଅଭିଯାନ ର ପ୍ରସ୍ତୁତି ବୈଠକ ବ୍ରହ୍ମପୁର କୋର୍ଟ ପେଟା ରାଜ୍ୟରାଣୀ କମ୍ପ୍ଲେକ୍ସ ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀ ଭବାନୀ ଶଙ୍କର ଦାଶ,ଉପସଭାପତି ଶ୍ରୀ ମତି ଚପଳା ନାୟକ, ସଂଗଠନ ସମ୍ପାଦକ ଶ୍ରୀ ଗୋପାଳକୃଷ୍ଣ ସ୍ଵାଇଁ ଓ ଜିଲ୍ଲା ସଂପାଦକ ଶ୍ରୀ ଅର୍ଜ୍ଜୁନ କୁମାର ବେହେରା, ମହାନଗର ସଭାପତି ଶ୍ରୀ B ଧର୍ମା ରାଓ, ହିଞ୍ଜିଳି ବ୍ଲକ ସଭାପତି ଶ୍ରୀ ଉମା ଶଙ୍କର ସାହୁ, ଶେରଗଡ଼ ବ୍ଲକ ସଭାପତି ଶ୍ରୀ ଗୌରହରୀ ସାବତ, ଆଶା ସଭାନେତ୍ରୀ ଶ୍ରୀମତୀ ରେଣୁବାଳା ସାହୁ, ଅଙ୍ଗନବାଡି ସଂଯୋଜିକା ଶ୍ରୀମତୀ ଅମିତା ରାଉତ, ପ୍ରଭାରୀ ଶ୍ରୀମତୀ କୁମୁଦିନୀ ପ୍ରଧାନ, ହିଞ୍ଜିଳି ବ୍ଲକ ଆଶା ସଭାନେତ୍ରୀ ଶ୍ରୀମତୀ ରୀନାରାଣୀ ଗୌତମ, ସାନଖେମୁଣ୍ଡି ବ୍ଲକ bms ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦାଶ, ଜ଼ିଲ୍ଲା bms ଉପସଭାପତି ଶ୍ରୀ ଅମ୍ବୁଜ ଚରଣ ସାହୁ, ଶିବଦତ୍ତ କୁମାର ଦାଶ, ଜ଼ିଲ୍ଲା ମହିଳା ପ୍ରମୁଖ ଶ୍ରୀମତୀ ନଦିଆ ରାଣୀ ପାତ୍ରପୁର ବ୍ଲକର ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର, ଆଶା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା କୁମାରୀ ପଣ୍ଡା , ରଙ୍ଗେଈଲୁଣ୍ଡା ବ୍ଲକ ସମ୍ପାଦିକା ଶ୍ରୀମତୀ ସୁନିତା ଦାସ, ଏବଂ ଜ଼ିଲ୍ଲା ର ଅନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟ ରୁ ଆସିଥିବା ପାମ୍ପଲେଟ, ସମ୍ପର୍ପଣ ନିଧି କୁପନ ବଣ୍ଟନ କରାଗଲା l ୭୦ ବର୍ଷ ରେ Bms ହାସିଲ କରିଥିବା ଉପଲବ୍ଧି ଲିପିବଧ ପଠନ କରାଯାଇଥିଲା ଏବଂ ଜ଼ିଲ୍ଲା ସାରା ବିଭିନ୍ନ ଗାଁ ର ଶତାଧିକ ମଜଦୁର ଭାଇ ଓ ଭଉଣୀ ମାନଙ୍କୁ ସମ୍ପର୍କ କରି ସେମାନଙ୍କ ସମସ୍ୟା ବୁଝିବା ଏବଂ ସେମାନଙ୍କୁ ସଂଗଠିତ କରିବା ପାଇଁ ପ୍ରୟାସ ନିମନ୍ତେ ଅନୁରୋଧ କରାଗଲl l ସଭାପତି ସମସ୍ତ ୟୁନିଅନ, ବ୍ଲକ ଓ ଶ୍ରମିକ ବହୁଳ ଜାଗାରେ ଏହି ସମ୍ପର୍କ କାର୍ଯ୍ୟକ୍ରମ କରିବା ଲାଗି ଅନୁରୋଧ କରିଥିଲେ l ଶେଷରେ ଜ଼ିଲ୍ଲା ସମ୍ପାଦକ ଧନ୍ୟବାଦ ଦେଇ ବୈଠକ ସାଙ୍ଗ ଘୋଷଣା କରିଥିଲେ l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment