BREAKING
Loading...
:

ଦଶପଲ୍ଲା ବିଜ୍ଞାନ ମେଳାରେ ୧୧୨ଟିପ୍ରକଳ୍ପ ସ୍ଥାନୀତ

 ଦଶପଲ୍ଲା ବିଜ୍ଞାନ ମେଳାରେ ୧୧୨ଟିପ୍ରକଳ୍ପ ସ୍ଥାନୀତ

ଦଶପଲ୍ଲା(ମଣିଭଦ୍ରା ଖବର) 

ଶୁକ୍ରବାର ଦିନ ସ୍ଥାନୀୟ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା ରେ ୧୩ଗୋଟି କ୍ଳଷ୍ଟର ରୁ ୧୧୨ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା। ୭ଗୋଟି ବିଷୟବସ୍ତୁ ଉପରେ ଆଧାରିତ ସମସ୍ତ ପ୍ରକଳ୍ପ ମଧ୍ୟରୁ ୭ଗୋଟି ପ୍ରକଳ୍ପକୁ ବିଚାରକ ମାନେ ଉତ୍କୃଷ୍ଟ ବୋଲି ବିବେଚନା କରିଥିଲେ। ତନ୍ମଧ୍ୟରୁ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ପ୍ରତ୍ୟୁଷ କୁମାର ସାଥୁଆଙ୍କ ଟ୍ରାନ୍ସଫରମିଙ୍ଗ ଅଫ୍ ପଲ୍ୟୁସନ୍,ତୁମାଣ୍ଡି ହାଇସ୍କୁଲର ସମ୍ବିତ ସାହୁ,କୁଜାମେଣ୍ଢୀ ହାଇସ୍କୁଲର କାଜଲ ସାହୁ,ନଛିପୁର ହାଇସ୍କୁଲର ମେଘନା ଖମାରୀ, ଦଶପଲ୍ଲା ହାଇସ୍କୁଲର ଓମ୍ ପ୍ରକାଶ ସାହୁ,ଟାକରା ହାଇସ୍କୁଲର କେଶବ ନାୟକ,ଜାମୁସାହି ହାଇସ୍କୁଲର ସୈ।ରଭ ନାୟକଙ୍କ ପ୍ରକଳ୍ପ ଗୁଡିକୁ ମନୋନୀତ କରି ଜିଲ୍ଲା ସ୍ତରକୁ ପଠାଯାଇଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକଙ୍କ ଠାରୁ ପ୍ରକାଶ।

ଏଥି ନିମନ୍ତେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ରୂପେ ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ବ୍ଳକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ୍ ପ୍ରୀୟଦର୍ଶିନୀ, ଜିଲ୍ଲା ପରିଷଦ ସଭ୍ୟ ବସନ୍ତ ପ୍ରଧାନ, ହରିଶ୍ଚନ୍ଦ୍ର ଜାନୀ, ଆଲୁମିନୀ ସଭାପତି ଦିଲିପ କୁମାର ଦାଶ,ବିଇଓ ଭକ୍ତି ବିନୋଦ ସଲ , ଦାମୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS