BREAKING
Loading...
:

ଆସନ୍ତାକାଲି ପବିତ୍ର ଅଁଳା ନବମୀ : ରାଧା ପାଦ ଦର୍ଶନ କରିବେ ଭକ୍ତ.....*

 *ଆସନ୍ତାକାଲି ପବିତ୍ର ଅଁଳା ନବମୀ : ରାଧା ପାଦ ଦର୍ଶନ କରିବେ ଭକ୍ତ.....*

ଭୁବନେଶ୍ୱର, ୦୯/୧୧ : ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏଥିପାଇଁ ପୁରୀ ସ୍ଥିତ ସାକ୍ଷୀ ଗୋପାଳ ମନ୍ଦିରରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି। ସାକ୍ଷୀଗୋପୀନାଥ ମନ୍ଦିରର ରଙ୍ଗ କାମ ଶେଷ ହୋଇଥିବା ବେଳେ ମନ୍ଦିର ଆଖପାଖକୁ ସାଜସଜା କରାଯାଇଛି। ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।

କାଲି ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମାଆ ରାଧାରାଣୀ। ଏଥିସହ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ସାକ୍ଷୀଗୋପିନାଥ । ଆସନ୍ତାକାଲି ରାତି ୧ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଆଦି କରାଯାଇ ସୁସଜ୍ଜିତ ବେଶ କରାଯିବ। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS