BREAKING
Loading...
:

ଓଟିଭି ସାମ୍ବାଦିକଙ୍କ ମାତୃ ବିୟୋଗ

 ଓଟିଭି ସାମ୍ବାଦିକଙ୍କ ମାତୃ ବିୟୋଗ 



ଦଶପଲ୍ଲା: - ( ମଣିଭଦ୍ରା ଖବର)  ଓଟିଭିରେ କାର୍ଯ୍ୟ କରୁଥିବା ଯୁବ ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଆଜି ଅପରାହ୍ନ ସମୟରେ ଅକାଳ ବିୟୋଗ ଘଟିଛି ।ଆଜି ମଧ୍ୟାହ୍ନ ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଟିକା ସମୟେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁଂ ୫୨  ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ  ବଡ଼ପୁଅ ସଞ୍ଜୀବ କୁମାର ସାହୁ  ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ । ମୃତ୍ୟୁପରେ ତାଙ୍କର ସାକେଣି ସ୍ଥିତ ନିଜସ୍ୱ ବାସଭବନରେ ମର ଶରୀର ପହଞ୍ଚିବା ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ , ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ,ପ୍ରଫୁଲ୍ଲ କୁମାର ଦାଶ, ସୁରେଶ କୁମାର ବେହେରା ,କିଶୋର ଚନ୍ଦ୍ର ସାହୁ ,ଗଙ୍ଗାଧର ରଣା ମନୋରଞ୍ଜନ ଷଡ଼ଙ୍ଗୀ ,ପ୍ରିୟବ୍ରତ ଆଚାର୍ଯ୍ୟ ,ରତ୍ନାକର ହୋତା ଙ୍କ ସମେତ ଗଣିଆ ସାମ୍ବାଦିକ ସଂଘ ସଭାପତି ବିଶ୍ବରଂଜନ ସେଠୀ ଏବଂ ସାମ୍ବାଦିକ ସମୀର କୁମାର ବେହେରା ଓ ନୂଆଗାଁ ର ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

Previous Post Next Post
Header ADS