BREAKING
Loading...
:

ବାତ୍ୟା ପାଇଁ ଭୟଭୀତ ଜନସାଧାରଣ,ବ୍ୟବସାୟୀ ମାଲେମାଲ,ସ୍ଥାଣୁ ପାଲଟିଛି ପ୍ରଶାସନ

 ବାତ୍ୟା ପାଇଁ ଭୟଭୀତ ଜନସାଧାରଣ,ବ୍ୟବସାୟୀ ମାଲେମାଲ,ସ୍ଥାଣୁ ପାଲଟିଛି ପ୍ରଶାସନ 


ଗଣିଆ (ମଣିଭଦ୍ରା ଖବର) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅବପାତରେ ପରିଣତ ହେବା ସହିତ ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ । ୨୪ ତାରିଖରେ ଏହି ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ବେଳେ ଏହାର ନାମ "ଦାନା " ରଖାଯାଇଛି । ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଗଣିଆ ବ୍ଲକ ପ୍ରଶାସନ ଏକପ୍ରକାର ସ୍ଥାଣୁ ପାଲଟିଛି । ବାତ୍ୟା ପାଇଁ ପ୍ରଶାସନିକ ସ୍ତରରେ କୈାଣସି ପୂର୍ବ ପ୍ରସ୍ତୁତି ହୋଇନାହିଁ । ଗଣିଆ ରେ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିଲେ ମଧ୍ୟ ସେଠାରେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । 

ବାତ୍ୟାକୁ ଦୃଷ୍ଟିରେ ରଖି ପନିପରିବା ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଯୋଗାଣ ବିଭାଗ ଚୁପ୍ ବସି ରହିଛି ।  କିଛି ଅସାଧୁ ବ୍ୟବସାୟୀ ଆଳୁ ପିଆଜର ଅହେତୁକ ଦର ବୃଦ୍ଧି କରିଥିଲେ ମଧ୍ୟ ଉପାୟଶୂନ୍ୟ ହୋଇ ଲୋକେ ଅଧିକ ମୂଲ୍ୟରେ କ୍ରୟ କରୁଛନ୍ତି । ଗଣିଆର ଅନେକ ଗ୍ରାମ ନଦୀକୂଳିଆ ହୋଇଥିବା ବେଳେ ବଣଜଙ୍ଗଲ ଘେରା ଅଞ୍ଚଳ ଭାବେ ପରିଗଣିତ । ଅନେକ ଗରୀବ ନିରିହ ଜନସାଧାରଣ କଚ୍ଚା ଘରେ ବାସ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ତରଫରୁ କୈାଣସି ବନ୍ଦୋବସ୍ତ କରାଯାଇନାହିଁ । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗଣିଆ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଚାର ପ୍ରସାର ମଧ୍ଯ ହୋଇ ପାରିନାହିଁ । ଯଦି କିଛି ବି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS