ଭାପୁର ଗ୍ରାମର ବଳଭଦ୍ର ବେହେରା ଓପିଏସସି ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି।
ଭାପୁର - ୨୨/୧୦/୨୦୨୪(ମଣିଭଦ୍ରା ଖବର)
ଓ.ପି.ଏସ.ସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦରମହକୁମା ସ୍ଥିତ ବଳଭଦ୍ର ବେହେରା ପାଇକସାହିର ସଫଳତା ଅର୍ଜନ କରି ଭାପୁର ବ୍ଲକ ଅଞ୍ଚଳ ତଥା ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭାପୁର ଗ୍ରାମ ପାଇକ ସାହିର ମଞ୍ଜୁଲତା ବେହେରା ଏବଂ ଦଇତାରୀ ବେହେରାଙ୍କ ଏକମାତ୍ର ପୁଅ ବଳଭଦ୍ର ବେହେରା ଜଣେ ମେଧାବୀ ଛାତ୍ର ଭାବରେ ଭାପୁର ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି ଭାପୁର ସଦର ମହକୁମା ସ୍ଥିତ ବାଲୁଙ୍କେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟ, ପରବର୍ତ୍ତୀ ସମୟରେ ବାଇଗୁଣିଆ ଗ୍ରାମ ସ୍ଥିତ ପଠାଣିସାମନ୍ତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞନ ବିଭାଗରେ ଶିକ୍ଷା ସମାପ୍ତ କରିଥିଲେ । ପରେ ହାଟବସ୍ତ ଗ୍ରାମ ସ୍ଥିତ ସିଟି ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚୋପରା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷକ ରୂପେ ନିଯୁକ୍ତି ପାଇଛନ୍ତି । ସେ ଶିକ୍ଷକତା ସହିତ ଗ୍ରାଜୁଏସନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଓପିଏସସି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ୬୨୧ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପରେ ଭାପୁର ଅଞ୍ଚଳର ବୁଦ୍ଧିଜିବୀ, ସମାଜସେବୀ, ଶିକ୍ଷକ, ଶିକ୍ଷୟତ୍ରୀ, ଗୁରୁଜନ ତଥା ସହପାଠୀ ମାନେ ଶୁଭେଚ୍ଛା ଜଣେଇ ବଲଭଦ୍ରଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସେ ଜଣେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ମୋହରି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କର ପ୍ରଚେଷ୍ଟା ତଥା ପିତାମାତା, ଗୁରୁଜନ ମାନଙ୍କର ଆର୍ଶୀବାଦ ଯୋଗୁଁ ସେ ଏହି ସଫଳତା ହାସଲ କରିବା ସହ ଭାପୁର ଗ୍ରାମର ପ୍ରଥମ ବ୍ୟକ୍ତି ଭାବେ ଏହି ସଫଳତା ହାସଲ କରିଛନ୍ତି।
ବିଭୂତି ମହାପାତ୍ର, ଭାପୁର


إرسال تعليق