BREAKING
Loading...
:

ଖଣ୍ଡପଡ଼ାରେ ସ୍ବାସ୍ଥ୍ୟବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

 ଖଣ୍ଡପଡ଼ାରେ ସ୍ବାସ୍ଥ୍ୟବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

ଖଣ୍ଡପଡ଼ା (ମଣିଭଦ୍ରା ଖବର) ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏକ ସମୀକ୍ଷା  ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଡକ୍ଟର ରମାକାନ୍ତ ପଣ୍ଡା ଅତିରିକ୍ତ  ମୁଖ୍ଯ  ଚିକିତ୍ସାଧିକାରୀ ଡକ୍ଟର ଅଜୟ କୁମାର ବାହିନିପତିଙ୍କ ସମେତ  ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ତ୍ତବ୍ଯରତ ଡ଼ାକ୍ତରମାନେ ଯୋଗ ଦେଇଥିଲେ। 

ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରର  ଅଭାବ  ଅସୁବିଧା ଓ  ଖାଲି ପଡିଥିବା ଡାକ୍ତର ପଦବୀଗୁଡ଼ିକ ପୁରଣ ଦିଗରେ ଦୃଷ୍ଟି ଦେବାକୁ ବିଧାୟକ  ଶ୍ରୀଯୁକ୍ତ  ସ୍ବାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ସମୟାନୁକ୍ରମେ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ସମସ୍ୟା ପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ। ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଁଏ ଲାବୋରେଟୋରୀ ଟେକନିସିଆନକୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ  ଡକ୍ଟର  ପ୍ରଦୀପ କୁମାର ପାଇକରାୟ  ଡକ୍ଟର ଅଭିସାର ପଣ୍ଡାଙ୍କ ସମେତ ସାସଂଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂହ  ଜିଲ୍ଲା ପରିଷଦ ସଭ୍ଯା ଉଜ୍ଜ୍ବଳ ମହାରଣାଙ୍କ ସମେତ  ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS