BREAKING
Loading...
:

କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ

 କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ 

ବ୍ରହ୍ମପୁର (ମଣିଭଦ୍ରା ଖବର)

          ସ୍ଥାନୀୟ ରାଜ୍ୟସ୍ତରୀୟ କଳାକା  ର ସଂଗଠନ କଳା ଓ କଳାକାର ହିତ୍ଐଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ କଳାକାରଙ୍କ ଅସ୍ମିତା ସଚେତନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ 'ମହାର୍ହ ଆମ ଅସ୍ମିତା' କାର୍ଯ୍ୟକ୍ରମ ଭଞ୍ଜନଗର ଉପକଣ୍ଠ ସ୍ଥିତ ଜିଲୁଣ୍ଡି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ Wasn't କଳାକାର ମହାସଂଘର ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ଅସ୍ମିତା ଅତୀବ ମହାର୍ହ ବୋଲି ଉପସ୍ଥିତ କଳାକାର ମାନଙ୍କୁ ଉଦବୋଧନ କ୍ରମରେ ଉପସ୍ଥାପନ କରିଥିଲେ l ସ୍ଥାନୀୟ କଳାକାରମାନଙ୍କୁ ମହାସଂଘ ପକ୍ଷରୁ ପରିଚୟ ପତ୍ର ସମେତ କଳାକାର ପ୍ରମାଣପତ୍ର ବଣ୍ଟନ କରିଥିଲେ l ଦଣ୍ଡ ସୁଆଙ୍ଗ, ପ୍ରହଲ୍ଲାଦ ନାଟକ, ସଂକୀର୍ତ୍ତନ ଆଦି ବିଭିନ୍ନ ଲୋକକଳା କଳାକାରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ  ଆଲୋକ ପ୍ରଧାନ, ନାରାୟଣ ଗୌଡ଼, ସିଏଚ. ନାଗେଶ୍ୱର ପାତ୍ର, ସନ୍ତୋଷ ଜେନା, ଲକ୍ଷ୍ମୀ ମହାରଣା, ସୂର୍ଯ୍ୟ ପ୍ରଧାନ ସିଂ, ରମେଶ ବେହେରା, ବାଳକୃଷ୍ଣ ପ୍ରଧାନ, ସନ୍ତୋଷ ଡ଼ିଉଡି, ପତିତପାବନ ପଟ୍ଟନାୟକ, ଦୁଃଖିଶ୍ୟାମ ନାଇକ, ତ୍ରିଲୋଚନ ଗୌଡ଼, ଦୁଃଖିଶ୍ୟାମ ଗୌଡ଼ ପ୍ରମୁଖ କଳାକାରମାନେ ସହଯୋଗ କରିଥିଲେ l

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS