BREAKING
Loading...
:

ପିଲାଙ୍କ ଡ୍ରାଇଭିଙ୍ଗ ପାଇଁ ନୂଆ ନିୟମ ଲାଗୁ

  ପିଲାଙ୍କ ଡ୍ରାଇଭିଙ୍ଗ ପାଇଁ ନୂଆ ନିୟମ ଲାଗୁ

ଭୁବନେଶ୍ଵର (ମଣିଭଦ୍ରା ଖବର) କେନ୍ଦ୍ର ସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନା ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେଠାରୁ ଏପରି ବାହନଙ୍କ ସର୍ବାଧିକ ବେଗ ୨୫ କିଲୋମିଟର ପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟର ବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମନ୍ତ୍ରାଳୟ ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି*। ମନ୍ତ୍ରାଳୟ ଏବେକା ଆଇନରେ ୬୭ଟି ସଂଶୋଧନ ପ୍ରସ୍ତାବ କରିଛନ୍ତି, ଯାହା ଉପରେ ଲୋକେ ଅକ୍ଚୋବର ୧୫ ପର୍ଯ୍ୟନ୍ତ ପରାମର୍ଶ ଦେଇ ପାରିବେ। ଏହି ସବୁ ସଂଶୋଧନରେ ସମ୍ପର୍କିତ ବିଧେୟକ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହେବ। ପ୍ରସ୍ତାବ ଅନୁସାରେ ୧୬ବର୍ଷ ପୁରଣ କରିସାରିଥିବା କିଶୋର କିଶୋରୀଙ୍କୁ ସାର୍ବଜନିକ ସ୍ଥଳମାନଙ୍କରେ ବିଶୁଦ୍ଧ ଇଲେକ୍ଟ୍ରିକ ଦୁଇଚକିଆ ବାହନ ଚଳାଇବାକୁ ଅନୁମତି ମିଳିବ । ତେବେ ଏଥି ପାଇଁ ନିର୍ଦ୍ଧାରିତ ବେଗ ଓ ଇଞ୍ଜିନ ପାୱାର ସୀମା ପାଳନର ସର୍ତ୍ତ ରହିବ*। ସେହିପରି ୧୮ ବର୍ଷରୁ କମ ବୟଷ୍କ କୌଣସି ବ୍ୟକ୍ତିଙ୍କୁ ଅନ୍ୟ କୌଣସି ବାହନ ଚଳାଇବାକୁ ଅନୁମତି ମିଳିବ ନାହିଁ। ଏହା ଛଡା ମନ୍ତ୍ରାଳୟ ଏହା ବି ପ୍ରସ୍ତାବ କରିଛନ୍ତି ଯେ ୧୮ ବର୍ଷରୁ କମ ବୟଷ୍କ ବ୍ୟକ୍ତିଙ୍କୁ ଅଟୋମେଟିକ ବା ଗିୟରବାଲା ବାହନର ଲର୍ଣ୍ଣର ଲାଇସେନ୍ସ ଜାରି କରାଯିବ ନାହିଁ। ଏହି ସବୁ ନିୟମ ମାଧ୍ୟମରେ ସରକାର ସଡ଼କରେ ସୁରକ୍ଷା ବୃଦ୍ଧି କରିବା ଓ ଜୁଭେନାଇଲ ଡ୍ରାଇଭିଂଯୋଗୁ ହେଉଥିବା ଦୁର୍ଘଟଣା ରୋକିବାକୁ ଉଦ୍ୟମ କରିଛନ୍ତି । 


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS