ପାସପୋର୍ଟ କାର୍ଯ୍ୟାଳୟରେ ତାଲା, ଜନସାଧାରଣ ହନ୍ତସନ୍ତ
ଫୁଲବାଣୀ (ମଣିଭଦ୍ରା ଖବର) ବାତ୍ୟା ପାଇଁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀ ମାନଙ୍କର ଛୁଟି ବାତିଲ କରିବା ସହିତ ହେଡକ୍ୱାଟର ନଛାଡିବାକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଦିନ ୨ ଘଟିକା ବାଜିଥିଲେ ମଧ୍ୟ ବିଭାଗରେ ତାଲା ପଡିଥିବା ବେଳେ ଅଫିସ ବାହାରେ ଲୋକେ ଅପେକ୍ଷା କରା ରହିଛନ୍ତି । ଏଭଳି ଘଟଣା ପାସପୋର୍ଟ ସେବା କେନ୍ଦ୍ର ଫୁଲବାଣୀ ଠାରେ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ରବିନାରାୟଣ ସାହୁଙ୍କର ଆଜି ଉକ୍ତ କାର୍ଯ୍ୟାଳୟରେ ଦେଖାକରିବା ପାଇଁ ସମୟ ପୂର୍ବରୁ ସ୍ଥିରିକୃତ ହୋଇଥିଲା ।
ସେହି ଅନୁସାରେ ଶ୍ରୀ ସାହୁ ଗଣିଆ ରୁ ସେଠାରେ ପହଞ୍ଚିଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଆହୁରି ଅନେକ ଲୋକ ମଧ୍ୟ ଅପେକ୍ଷା କରି ବସି ରହିଥିଲେ । ଦୂରଦୂରାନ୍ତରୁ ଜନସାଧାରଣ ଏହି କାର୍ଯ୍ୟାଳୟକୁ ଆସୁଥିବା ବେଳେ ବିଭାଗୀୟ ଅଧିକାରୀ ଅଫିସ ଦିନ ୨ ଘଟିକା ପର୍ଯ୍ୟନ୍ତ ନଆସିବା ଆଶ୍ଚର୍ଯ୍ୟର ଘଟଣା । ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment