*ପାରାଦୀପଠାରୁ ୫୬୦ କିମି ଦୂରରେ ବାତ୍ୟା ; ଘନୀଭୂତ ହୋଇ ଛୁଇଁବ ସ୍ଥଳଭାଗ*
ଭୁବନେଶ୍ଵର (ମଣିଭଦ୍ରା ଖବର) ଆଜି ସକାଳ ପାଖାପାଖି ୫ଟା ସୁଦ୍ଧା ବାତ୍ୟାରେ ପରିଣତ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାତ୍ୟା ଏବେ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଥିବାବେଳେ , ପଶ୍ଚିମବଙ୍ଗ ସାଗରଦୀପଠାରୁ ୬୩୦ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ, ଏବଂ ବାଂଲାଦେଶ ଖେପୁପୁରାଠାରୁ ୬୬୦ କିଲୋମିଟର ଦୂରରେ ରହିଛି ।*
*ଏବେ ବାତ୍ୟା ‘ଦାନା’ର ଗତିପଥ ଉତ୍ତର- ପଶ୍ଚିମ ଦିଗ ଆଡକୁ ରହିଛି । ଏହା କ୍ରମେ ଘନୀଭୂତ ହୋଇ ପଶ୍ଚିମବଙ୍ଗର ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏହା ଗତି କରି କାଲି ସକାଳ ସୁଦ୍ଧା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବ । ଏହାପରେ ୨୪ ତାରିଖ ରାତିରେ ଏହା ପୁରୀ- ସାଗର ଦୀପ ଦେଇ ଗତି କରିବା ନେଇ ସୂଚନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment