ଆଠଗଡ଼ ପୁଲିସ ଦ୍ୱାରା ମଦ ମାଫିଆଙ୍କ ଉପରେ ବଡ ଧରଣର ଚଡାଉ
କଟକ ( ମଣିଭଦ୍ରା ଖବର) କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତିକ ସିଂ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ତା 10.10.2024 ବଡି ଭୋର ଆଠଗଡ଼ ପୁଲିସ ଥାନା ଅନ୍ତର୍ଗତ କୋରାଙ୍ଗା ଗ୍ରାମରେ ବଡ ଧରଣ ର ଚଢ଼ଉ କରିଥିଲା। ଚଢ଼ଉ ସମୟରେ ମଦ ପ୍ରସ୍ତୁତି ସାମଗ୍ରୀ ସହିତ ପ୍ରାୟ 100 ଲିଟର ଦେଶୀ ମଦ, 41 ଟି ପ୍ଲାଷ୍ଟିକ ଜାରକିନ ରେ ମହଜୁଦ ଥିବା 1435 ଲିଟର ମହୁଲ ପୋଚ, 7 ଗୋଟି ବଡ ଆଲୁମିନିୟମ ଡେ଼କଚି ଓ ଗୋଟିଏ ସାଇକେଲ ଜବତ କରାଯାଇଅଛି। ପୁଲିସ କୁ ଦେଖି ବେଆଇନ ମଦ ପ୍ରସ୍ତୁତ କାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ପୋଚକୁ ପୁଲିସ ପକ୍ଷରୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଅଛି। ଏହି ଚଢଉ ରେ କଟକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଦତ୍ତ ବରାଳ, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଆଠଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅନିରୁଦ୍ଧ ମୁଦୁଲି, ଏସ. ଆଇ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଏସ. ଆଇ ଜନ୍ମିତା ଶାସମଲ, ଏ.ଏସ.ଆଇ ସତ୍ୟପ୍ରିୟ ବରାଳ ଙ୍କ ସହିତ ପୁଲିସ ଫୋର୍ସ ସାମିଲ ଥିଲେ। ଏ ସମ୍ବନ୍ଧରେ ଆଠଗଡ଼ ଥାନାରେ ଅବକାରୀ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ। ତଥା ଚଳିତ ପାର୍ବଣ ଋତୁ କୁ ଦୃଷ୍ଟି ରେ ରଖି ମଦ ମାଫିଆ ଙ୍କ ଉପରେ ଆଗାମୀ ଦିନରେ ଚଢଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
ମାନସ କୁମାର ସାହୁ, କଟକ ମଣିଭଦ୍ରା ଖବର


إرسال تعليق