**ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ରୁକଚନ୍ ଙ୍କ ଚିନ୍ତା**
ଯୁବ ପରିବେଶ ବିତରକ ପରିବେଶ ସୁରକ୍ଷା ଚିନ୍ତା ଛିଲିପା ଜେନାଡଙ୍ଗରି ସହିତ ନଦୀ ତଟରେ ଜମା ହେଉଥିବା କୁଢ଼ କୁଢ଼ ପ୍ଳାଷ୍ଟିକ ଆବର୍ଜନା କୁ ଗୋଟାଇ ଗୋଟାଇ ସୃଷ୍ଟି କରୁଛନ୍ତି ପ୍ଳାଷ୍ଟିକ ଆବର୍ଜନା ମୁକ୍ତ ପରିବେଶ କେତେବେଳେ ହାତରେ ପ୍ଳା କାର୍ଡ ଧରି ମେଳା ମହୋତ୍ସବରେ ତଥା ଭିଡ଼ ଅଞ୍ଚଳ ବୁଲି ବୁଲି ପ୍ଳାଷ୍ଟିକ ଆବର୍ଜନା ମୁକ୍ତ ପରିବେଶ ଗଠନ କରିବା ପାଇଁ ବାଣ୍ଟିଛନ୍ତି ସଚେତନତା ର ବାର୍ତ୍ତା, ପରିବେଶ ସୁରକ୍ଷା ପାଇଁ ନିଆରା ଉଦ୍ୟମ ଛିଲିପା ଜେନାଡଙ୍ଗରି ତଥା ନଦୀତଟକୁ ଆବର୍ଜନା ମୁକ୍ତ କରୁଛନ୍ତି ପରିବେଶବିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋକ୍ରାସିଲ୍ ଗ୍ରାମର ଯୁବ ସାମ୍ବାଦିକ ରୁକଚନ୍ ମାଝୀ ଛିଲିପା ଜେନାଡଙ୍ଗରି ସହିତ ନଦୀତଟ ପ୍ଳାଷ୍ଟିକ ଆବର୍ଜନା ରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ସେଠାରେ ପଡିରହିଥିବା କୁଢ଼ କୁଢ଼ ପ୍ଳାଷ୍ଟିକ ଆବର୍ଜନା କୁ ଗୋଟାଇ ଏକାଠି କରିବା ପରେ ଏହାକୁ ରିସାଇକ୍ଳେଙ୍ଗ ପାଇଁ ପଠାଯିବ ବୋଲି କହିଛନ୍ତି। ରୁକଚନ୍ ମାଝୀ ଙ୍କ ଲକ୍ଷ୍ୟ ହେଲା ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ପରିବେଶ କୁ ପ୍ଳାଷ୍ଟିକ ଆବର୍ଜନା ମୁକ୍ତ କରିବା ପ୍ଳାଷ୍ଟିକ ତିଆରି ବିଭିନ୍ନ ସାମଗ୍ରୀ ଏଣେତେଣେ ଫିଙ୍ଗିବା ଫଳରେ ଏହା ନଷ୍ଟ ହୋଇ ନଦୀ ତଥା ସମୁଦ୍ରରେ ମିଶୁଛି ଯାହାଫଳରେ ଅଲିଆ ଆବର୍ଜନା ସୃଷ୍ଟି କରୁଛି ଏହା ପରିବେଶ ଦିନ କୁ ଦିନ ଦୂଷିତହେବାରେ ଲାଗିଛି। ଏପରି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ସଂଗଠନ ସମ୍ବର୍ଦ୍ଧିତ କରିବା ସହିତ ସମାଜକୁ ପରିବେଶ ସଚେତନତା ବାଣ୍ଟୁଛନ୍ତି ଯୁବ ସାମ୍ବାଦିକ ଶ୍ରୀ ରୁକଚନ୍ ମାଝୀ ତାଙ୍କର ଏଭଳି ମହତ୍ କାର୍ଯ୍ୟ ପାଇଁ ଚାରି ଆଡେ଼ ପ୍ରଶଂସା ସୁଅ ଛୁଟୁଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment