BREAKING
Loading...
:

ନବୀନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ନବୀନଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ବିଧାୟକ ରମେଶ ଚନ୍ଦ୍ର ବେହେରା 



ଗଣିଆ (ମଣିଭଦ୍ରା ଖବର)  ବିରୋଧୀ ଦଳ ନେତା,ବିଜୁ ଜନତା ଦଳର ସଭାପତି ତଥା ଲୋକପ୍ରିୟତାର ଶୀର୍ଷରେ ଥିବା ଅଦ୍ୱିତୀୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଅକ୍ଟୋବର ୧୬ ତାରିଖରେ ନବୀନଙ୍କ ଜନ୍ମ ଦିନରେ ଗଣିଆ ବିଜୁ ପରିବାର ତରଫରୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି । ଦଳ ସରକାରରେ ନଥିଲେ ମଧ୍ୟ ନବୀନଙ୍କ ନେତୃତ୍ବରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ପୁଣିଥରେ କ୍ଷମତାକୁ ଦଳ ଫେରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ବେହେରା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୩ଟି ବ୍ଳକ ପରିଦର୍ଶନ କରି ଲୋକମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS