BREAKING
Loading...
:

ଆକ୍ସନ୍ ମୋଡ୍ ରେ ବନାଂଚଳ ଅଧିକାରୀ,ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳରେ ପେଟ୍ରୋଲିଂ କଡାକଡି

 ଆକ୍ସନ୍ ମୋଡ୍ ରେ ବନାଂଚଳ ଅଧିକାରୀ,ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳରେ ପେଟ୍ରୋଲିଂ କଡାକଡି

ଦଶପଲ୍ଲା : - ( ମଣିଭଦ୍ରା ଖବର) ଆକ୍ସନ ମୋଡ୍ ରେ ବନାଂଚଳ ଅଧିକାରୀ ସ୍ନିଗ୍ଧା ସରିତା ବଳିଆର ସିଂହ । ଆଦିବାସୀ ଅଧ୍ୟୁଷିତ , ବଣ ପାହାଡ ଘେରା ଦଶପଲ୍ଲା ବ୍ଲକ୍ ମଧ୍ୟରେ ରହିଛି ଦୁଇ ଦୁଇଟି ବନଖଣ୍ଡ । ଗୋଟିଏ ପାଖରେ ନୟାଗଡ଼ ବନଖଣ୍ଡ ( ଟେରୀଟୋରିଆଲ୍  )  ରହିଥିବାବେଳେ ଜିଲ୍ଲାର ଉତ୍ତର ପଶ୍ଚିମ ଦିଗରେ , ମହାନଦୀ ଅବବାହିକା ଅଂଚଳରେ ରହିଛି , ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ । ବର୍ତ୍ତମାନ ଫସଲ ପାଚିବା ସମୟ ହୋଇଯାଇଥିବାରୁ , ଜଂଗଲ ମଧ୍ୟରୂ ବନ୍ୟଜନ୍ତୁ ମାନେ ଫସଲ ଖାଇବାପାଇଁ, କ୍ଷେତ କୁ ଆସିଥାନ୍ତି । ଏହାର ସୁଯୋଗ ନେଇ ,ଶିକାରୀ ମାନେ, ବମ୍ , ବନ୍ଧୁକ, ବିଷ,ଓ ଉଚ୍ଚ ଶକ୍ତି ସଂପର୍ଣ୍ଣ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିଥାନ୍ତି । ଏହି ଶିକାରୀ ରେ କିଛି ଆନ୍ତଃରାଜ୍ୟ ଶିକାରୀ ମାନକକଂର ପ୍ରଛନ୍ନ ହାତଥିବା ମଧ୍ୟ କୁହାଯାଉଛି । ତେବେ ବନ୍ୟଜନ୍ତୁ ଶିକାର କୁ ସଂପୂର୍ଣ୍ଣ ବନ୍ଦ କରିବା ସହିତ , ଚାଷୀ ମାନକଂ ଫସଲ କୁ ସୁରକ୍ଷା ଦେବା ସକାଶେ , ବାଣିଗୋଛା ପଶ୍ଚିମ  ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ଯତ୍ପରୋନାସ୍ତି ଚେଷ୍ଟା ଜାରୀ ରଖିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଦିନ ପେଟ୍ରୋଲିଂ ସହିତ ରାତ୍ର ପେଟ୍ରୋଲିଂ ଅତ୍ୟଧିକ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । 

ଏହି ପେଟ୍ରୋଲିଂ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥାର ସତ୍ୟତା ଓ ସଠିକତା ଯାଂଚ କରିବାପାଇଁ ଆମ ପ୍ରତିନିଧି ତା ୧୫ / ୧୦ / ୨୦୨୪ ରିଖ ରାତ୍ର ୧୧.୩୦ ସମୟେ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅନ୍ତର୍ଗତ ଘନ ଜଂଗଲ ପରିବେଷ୍ଟିତ , ଖଳିଦୁମ ଓ୍ବାଚ ଟାଓ୍ବାର ନିକଟରେ ଅଚାନକ ପହଞ୍ଚି ଯାଇଥିଲେ । କେବଳ ଲାଠି ଖଣ୍ଡିଏ ଖଣ୍ଡିଏ ଧରି , ବନ ଓ ବନ୍ୟଜନ୍ତୁ କୁଂ ସତର୍କ ପ୍ରହରୀ ଭାବେ ଜଗି ରହିଥିବା ୨୦ ରୁ ଅଧିକ ବନ କର୍ମଚାରୀ ମାନେ କାଳବିଳମ୍ବ ନ କରି ଆମ୍ଭ ପ୍ରତିନିଧି କଂ ଗାଡି କୁ ଘେରି ଯାଇଥିଲେ । ପରିଚୟ ପାଇବା ପରେ , ପରିସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି , ଆନ୍ତଃରାଜ୍ୟ ଶିକାରୀ ମାନେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ମାରଣାସ୍ତ୍ରରେ  ସଜ୍ଜିତ ହୋଇ ଆସୁଥିବାବେଳେ, ବନ କର୍ମଚାରୀ ମାନେ କଣ ସାମାନ୍ୟ ଲାଠି ଖଣ୍ଡକରେ ସେମାନଙ୍କ ମୁକାବିଲା କରିପାରିବେ ? ଏହି ଲାଠି ଖଣ୍ଡିକ କଣ ହିଂସ୍ରଜନ୍ତୁଙ୍କ କବଳରୁ ସେମାନକୁଂ ସୁରକ୍ଷା ଦେଇପାରିବ ? ତେବେ ନିଜ ଜୀବନ କୁ ବିପନ୍ନ କରି ବନ ଓ ବନ୍ୟଜନ୍ତୁ କୁଂ ସୁରକ୍ଷା ଦେଉଥିବା ଏହି ବନ କର୍ମଚାରୀ ମାନେ କେତେ ସୁରକ୍ଷିତ ? ତେବେ ତିନିମାସରୁ ଅଧିକ ସମୟ ଧରି ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ପେଟ୍ରୋଲିଂ କାର୍ଯ୍ୟକ୍ରମ ରେ ବନାଞ୍ଚଳ ଅଧିକାରୀଣୀ ସ୍ନିଗ୍ଧା ସରିତା ବଳିଆରସିଂହ କଂ  ସହ ସେକ୍ସନ  ବନପାଳ  ଦିପ୍ତୀରଂଜନ ଆଚାର୍ଯ୍ୟ, ବନପାଳ ଗୋଲକ ବିହାରୀ ବେହେରା, ବନପାଳ ଅଜୟ କୁମାର ସ୍ବାଇଁ, ବନପାଳ ପୁଷ୍ପଲତା ପ୍ରଧାନ,ବନପାଳ ମଧୁସ୍ମିତା ନାୟକ ( ବନରକ୍ଷୀ ) କଂ ସମେତ , ବନରକ୍ଷୀ ରିନା ନାୟକ ଏବଂ  ସ୍କାର୍ଡ଼ ଓ  ଓ୍ବାଚର୍ ମାନେ ସାମିଲ୍ ହୋଇଛନ୍ତି। ବନକର୍ମଚାରୀ କଂ ଏଭଳି ସାହାସିକ କାର୍ଯ୍ୟ କୁ ସର୍ବ ସାଧାରଣରେ  ପ୍ରଶଂସା କରାଯାଉଥିବା ଦେଖାଯାଉଛି ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

Previous Post Next Post
Header ADS