BREAKING
Loading...
:

ଛାମୁଣ୍ଡିଆରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

 ଛାମୁଣ୍ଡିଆରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଛାମୁଣ୍ଡିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ଡ଼ା ରାଜେନ୍ଦ୍ର କୁମାର ଦଳେଇ,ଡ଼ା ବିଦ୍ୟୁଲତା ଦାଶ, ଜନସମ୍ପ୍ରସାରଣ ଅଧିକାରୀଣୀ କମଳା ମହାରଣା, ଫାର୍ମାସିଷ୍ଟ ସନ୍ତୋଷ କୁମାର ଦଳେଇ,ବିପିଏମ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ବ୍ୟୟ ଅଟକଳ ସମ୍ପର୍କରେ ଆଲୋଚନା ହୋଇଥିଲା । ରୋଗୀ ସହାୟକଙ୍କ ନିମନ୍ତେ ପ୍ରେଖ୍ୟାଳୟ,୧୦୮ ଆମ୍ବୁଲାନ୍ସ ରହିବା ପାଇଁ ସେଡ୍ ନିର୍ମାଣ, ନୂତନ ସଭାଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଲୋକୀକରଣ କରିବା ପାଇଁ ଆଲୋଚନା କରାଯାଇଥିଲା । ଖୁବଶୀଘ୍ର ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଲୋକୀକରଣ କରିବା ପାଇଁ ଜିଲ୍ଲା ପରିଷଦ ସ୍ବୀକୃତି ପ୍ରଦାନ କରିଥିଲେ । ବାତ୍ୟା ଦାନା ପାଇଁ ସତର୍କ ରହିବାକୁ ସମସ୍ତ କର୍ମଚାରୀ ମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ପ୍ରଦାନ କରିଥିଲେ ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS