ସାପ୍ତାହିକ ଖବର କାଗଜ 'ଦକ୍ଷିଣାଞ୍ଚଳ ଏକ୍ସପ୍ରେସ' ଲୋକାର୍ପିତ
ବ୍ରହ୍ମପୁର,୨୩/୧୦/୨୪ (ମଣିଭଦ୍ରା ଖବର) ବ୍ରହ୍ମପୁର ହିଲପଟଣା ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ସାପ୍ତାହିକ ପତ୍ରିକା 'ଦକ୍ଷିଣାଞ୍ଚଳ ଏକ୍ସପ୍ରେସ' ଓ ୱେବ ର ଲୋକାର୍ପିତ ହୋଇଛି । ବରିଷ୍ଠ ବିଜେଡି ନେତା ସୁବାସ ମହାରଣା, ବିଜେପି ନେତା କାହ୍ନୁ ଚରଣ ପତି,ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ୱଜ ସାହୁ,ଶକ୍ତିଧର ରାଜଗୁରୁ, ଅଭୟ ପାଢ଼ୀ,ଅଶୋକ କୁମାର ବ୍ରହ୍ମା, ସୁଦୀପ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ 'ଦକ୍ଷିଣାଞ୍ଚଳ ଏକ୍ସପ୍ରେସ' ସାପ୍ତାହିକ ପତ୍ରିକା ଲୋକାର୍ପଣ କରିଛନ୍ତି । ଉପରୋକ୍ତ ସମସ୍ତ ଅତିଥିଙ୍କ ସମେତ ଉକ୍ତ ଖବର କାଗଜର ସମ୍ପାଦକ ମନୋଜ କୁମାର ଓ ସହସମ୍ପାଦିକା ରୀନାରାଣୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥିମାନେ ଉକ୍ତ ଖବର କାଗଜର ଉନ୍ନତି କାମନା କରି ସମ୍ପାଦକ ମନୋଜ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦକ୍ଷିଣାଞ୍ଚଳ ଏକ୍ସପ୍ରେସ' ଲୋକଙ୍କ ଖବର କାଗଜ ନିରପେକ୍ଷ, ନିର୍ଭିକ୍ଷ ଖବର ପ୍ରକାଶ କରି ବେଶ ଲୋକଙ୍କ ବିଶ୍ଵାସ ଭାଜନ ଓ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ବିଭିନ୍ନ ଖବର ପ୍ରକାଶ ପାଇଛି । ଆଗାମୀ ଦିନରେ ଉକ୍ତ ଖବର କାଗଜର ଏହି ପ୍ରୟାସ ଜାରୀ ରହିବ ବୋଲି ସମ୍ପାଦକ ମନୋଜ ସାହୁ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ସହରର କାର୍ଯ୍ୟରତ ବହୁ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ରହି ଦକ୍ଷିଣାଞ୍ଚଳ ଏକ୍ସପ୍ରେସର ସାପ୍ତାହିକ ଖବର କାଗଜର ଉତ୍ତରତ୍ତୋର କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଶ୍ମିତା ଦଳାଇ ପରିଚାଳନା କରୁଥିବା ବେଳେ ବନମାଳୀ ସାହୁ, ସିଏଚ୍ ମନୋଜ କୁମାର ପାତ୍ର, ଅମର କୁମାର ଦାସ,ପ୍ରହଲ୍ଲାଦ ସାହୁ,ପିଣ୍ଟୁ ବେହେରା,ଲିକୁ ଡାକୁଆ,ସୌଦାମିନୀ ସାହୁ,ମଧୁସ୍ମିତା ଦାଶ,ଇତିଶ୍ରୀ ପାତ୍ର, ଶୁଭଦ୍ରା ଶୁକ୍ଳଙ୍କ ସମେତ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment