*ଏଥର ପ୍ରଦୂଷଣମୁକ୍ତ ଦୀପାବଳୀ, ରାଜଧାନୀରେ ବାଣ ଫୁଟାଇବା ମନା.....*
ଭୁବନେଶ୍ଵର (ମଣିଭଦ୍ରା ଖବର) ସରିଲା ଦୁର୍ଗାପୂଜା, ପରେ ପରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀପୂଜା ଆଉ ପାଖେଇ ଆସୁଛି ଦୀପାବଳି। ତେବେ ଏଥର ପ୍ରଦୂଷଣକୁ ନଜରରେ ରଖି ନିୟମ କଡା କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏସବୁ ଭିତରେ ସରକାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।
ରାଜଧାନୀ ଦିଲ୍ଲୀରେ ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍ କରିଛନ୍ତି ଦିଲ୍ଲୀ ସରକାର। ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍ କରିଛନ୍ତି। ଅନ୍ଲାଇନ ବିକ୍ରି ଉପରେ ମଧ୍ୟ କଟକଣା ସରକାର କଟକଣା ଲଗାଇଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ବାଣ ବ୍ୟାନ୍ ହୋଇଥିବା ସୂଚନା ରହିଛି। ତେବେ ଦୀପାବଳୀ ଆଗକୁ ଆସୁଥିବାବେଳେ ତା'ପୂର୍ବରୁ ସରକାର ଏହି ବଡ଼ ନିଷ୍ପତି ନେଇଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment