ନରସିଂହପୁରରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର
ନରସିଂହପୁର (ମଣିଭଦ୍ରା ଖବର) ନରସିଂହପୁର ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ବୁଧବାର ୧୬/୧୦/୨୪ ରିଖରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ । ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଚେଷ୍ଟାରେ ଏହି ଶିବିର ଆୟୋଜନ ହେଉଥିବା ଜଣାପଡିଛି । ବିଭିନ୍ନ ବିଭାଗର ୮ ଜଣ ବରିଷ୍ଠ ଡ଼ାକ୍ତର ଏହି ଶିବିରରେ ଯୋଗ ଦେବେ । ମାଗଣା ସ୍ବାସ୍ଥ୍ୟ ପରୀକ୍ଷା,ମାଗଣା ରକ୍ତ ପରୀକ୍ଷା ସହିତ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯିବ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା ମାଗଣାରେ କରିବାକୁ ଆୟୋଜକ କମିଟି ତରଫରୁ ନିବେଦନ କରାଯାଇଛି । ଆୟୋଜକ କମିଟି ତରଫରୁ ଏଥିପାଇଁ ପ୍ରଚାର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି ।
ବିଶ୍ବଜିତ ମଲ୍ଲିକ, ନରସିଂହପୁର



Post a Comment