ଆକ୍ସନ ମୁଡରେ ପୁରୀ ବନ ବିଭାଗ । (ଗୋପରେ ବନ ବିଭାଗ ପକ୍ଷରୁ ୩ଟି ସ-ମିଲ ଉପରେ ଭିଜିଲାନ୍ସ ଦ୍ଵାରା ଚଢ଼ାଉ )
ନିମାପଡା/ଗୋପ :- ୧୮/୧୦ (ମଣିଭଦ୍ରା ଖବର ) ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ତ ଯମରା ଠାରେ ଥିବା ଦୁଇଟି କରତକଳ ଏବଂ ବାଲିକନ୍ଦଳ ଠାରେ ଗୋଟିଏ କରତ କଳ ଉପରେ ଆଜି ଶୁକ୍ରବାର ଦିନ ସକାଳେ ପୁରୀ ବନ ବିଭାଗ ପକ୍ଷରୁ ଭିଜିଲାନ୍ସ ଦ୍ଵାରା ଚଢ଼ାଉ କରାଯାଇଛି l ଗୋପ,କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି ବନ ବିଭାଗର ମିଳିତ ଭାବେ ୩ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା l ବେଗୁନିଆ ରବାଲିକନ୍ଧଳ ରେ ଦୀର୍ଘ ବର୍ଷଧରି ରାମ ସାହୁ ନାମ ବ୍ୟକ୍ତି କରତକଳ ଚଳାଉଥିବାବେଳେ ଜମରାଗଡା ରେ ଅଜୟ ନାୟକ ଓ ବାବୁଲି ସ୍ୱାଇଁ ଙ୍କ କରତକଳ ଉପରେ ମିଳିତ ଚଢ଼ାଉ କରାଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସବୁ ଭିଜିଲାନ୍ସ ପକ୍ଷରୁ ଜବତ ହୋଇଛି l ପୁରୀ ଏସିଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ୱ ରେ , କୋଣାର୍କ ଓ ଗୋପ ବନ ଅଧିକାରୀ ସୁଦର୍ଶନ ବେହୁରୀ ଓ ଫରେଷ୍ଟ ଗାର୍ଡ ବିଜୟଲଷ୍ମୀ ବଳ,ବାଲୁଖଣ୍ଡ ବନ ଅଧିକାରୀ ପ୍ରଦିପ୍ତ କୁମାର ମହାନ୍ତି, ବ୍ରହ୍ମଗିରି ବନ ଅଧିକାରୀ ଚନ୍ଦ୍ରଶେଖର ସାହୁ, ଅସ୍ତରଙ୍ଗ ବନ ଅଧିକାରୀ ମୋନାଲିସା ମହାପାତ୍ର ଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ଅନେକ ମୂଲ୍ୟବାନ କାଠ ଜବତ କରିଥିଲେ। ଚଢ଼ାଉ ସମୟରେ ସୁରକ୍ଷା କର୍ମୀ ଙ୍କ ସମେତ ଏକାଧିକ ବନ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ମାନେ ଉପସ୍ଥିତ ରହିଥିଲେ l ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କୁ ଗ୍ୟାସ କଟର ଦ୍ଵାରା କାଟି ଜବତ କରାଯାଇଛି l ଗୋପ ବନ ବିଭାଗ ର ମୁଖ୍ୟ ଅଧିକାରୀ ଙ୍କ ପଦବୀ ଖାଲି ଥିବା ସହିତ ବନ ବିଭାଗ ର କୋହଳ ମନୋଭାବ ଯୋଗୁଁ ଗୋପ ରେ ଏକାଧିକ ବେଆଇନ କରତକଳ ଗୁଡିକ ଗଢ଼ି ଏବେ ସକ୍ରିୟ ହୋଇଛନ୍ତି l ସାଧାରଣରେ ଚର୍ଚ୍ଚା ହେଉଛି କୀ ଗୋପରେ ଛତୁ ଫୁଟିଲା ଭଳି ବେଆଇନ କରତ କଳ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯଦି ନିଆଯିବ ହୁଏତ ଜଙ୍ଗଲ ସୁରକ୍ଷିତ ରହିବା ସହିତ ପରିବେଷଣ ସୁସ୍ଥ ରୁହନ୍ତି ବୋଲି ପରିବେଶବିତ ଙ୍କ ମତ l ଏହିଭଳି ଆହୁରି ଅନେକ କରତକଳ ଏବେ ବି ସକ୍ରିୟ ରହିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନଜର କୁ କିପରି ଆସୁନାହିଁ ତାହା ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ ବୃକ୍ଷ ରୋପଣ ସପ୍ତାହ ପାଳୁଥିବାବେଳେ ବେନିୟମ ଭାବେ କରତକାଳର ମାଲିକ ମାନେ ଶତାଧିକ ମୂଲ୍ୟବାନ ଗଛ କୁ କାଟି ପଦା କରୁଛନ୍ତି ବୋଲି ପ୍ରାକୃତିକ ବିପର୍ଯ୍ୟୟ କ୍ରମଶଃ ବୃଦ୍ଧି ପାଉଛି l
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق