ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ନିକଟବର୍ତ୍ତୀ ଗଡିଆ ସାହି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ନଟବର ପୁର ଶାସନ ଗ୍ରାମର ଶ୍ରୀସୌମ୍ୟେଶ ଆଚାର୍ଯ୍ୟ ୨୦୨୨ ମସିହା ର ଓଡ଼ିଶା ସରକାରଙ୍କର ପ୍ରଶାସନିକ ସେବା (ଓ.ଏ.ଏସ୍.) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପଶ୍ଚିମ ବଙ୍ଗ ସ୍ଥିତ ବିଶ୍ଵଭାରତୀ ( କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଶାନ୍ତି ନିକେତନ ରେ କୃଷି ସମ୍ପ୍ରସାରଣ ବିଷୟରେ ୩ ୟ ବର୍ଷରେ ଗବେଷଣାରତ ଶ୍ରୀମାନ୍ ଆଚାର୍ଯ୍ୟ ଏହି ସଫଳତା ର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ସମସ୍ତ ଗୁରୁଜନଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ର ମାତା ସୁଗୃହିଣୀ ଶ୍ରୀମତୀ ଡଃ ସୌଦାମିନୀ ତ୍ରିପାଠୀ ତଥା ପିତା ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କ ପ୍ରେରଣାରେ ଦିନକୁ ଅଠର ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ସେ କହନ୍ତି। ତାଙ୍କର ଏହି ସଫଳତା ଖଣ୍ଡପଡ଼ା ବାସୀଙ୍କ ପାଇଁ ତଥା ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ଙ୍କ ପାଇଁ ପ୍ରଭୂତ ପ୍ରେରଣା ଯୋଗାଇଛି। ଖଣ୍ଡପଡ଼ା ର ମାନ୍ୟବର ବିଧାୟକ ଇଂ. ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ବାଇଁ ଓ ଅନେକ ଶିକ୍ଷାବିତ୍ ଆଚାର୍ଯ୍ୟ ବାବୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଥାଉ କି, ଶ୍ରୀମାନ୍ ସୌମ୍ୟେଶ ସ୍ବର୍ଗତ ଘନଶ୍ୟାମ ଆଚାର୍ଯ୍ୟ, ସ୍ବର୍ଗତା ରୁକ୍ମିଣୀ ଦେବୀ ଏବଂ ବନମାଳୀ ପୁର ପାଟଣା ଗ୍ରାମର ବ୍ରାହ୍ମଣ ସାହି ନିବାସୀ ସ୍ୱନାମଧନ୍ୟ ଶିକ୍ଷକ ସ୍ଵର୍ଗତ ମଧୁସୂଦନ ତ୍ରିପାଠୀ ଏବଂ ଗୀତା ରାଣୀ ତ୍ରିପାଠୀଙ୍କର ବଡ଼ ନାତି ଅଟନ୍ତି।
ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା


إرسال تعليق