BREAKING
Loading...
:

ତହସିଲଦାର, RI ଓ ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ୍; ଲୋକଙ୍କ କାମ ନକଲେ ହେବ ଆକ୍ସନ

 ତହସିଲଦାର, RI ଓ ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ୍; ଲୋକଙ୍କ କାମ ନକଲେ ହେବ ଆକ୍ସନ

ଭୁବନେଶ୍ଵର (ମଣିଭଦ୍ରା ଖବର) ଆକ୍ସନ ମୁଡ୍‌ରେ ରାଜସ୍ୱ ବିଭାଗ। ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ବିଭାଗୀୟ ଚିଠିରେ ସ୍ପଷ୍ଟ ଲେଖାଯାଇଛି ଯେ, ଅନେକ ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଭୁବନେଶ୍ୱର ଯାଏଁ ଆସିବାକୁ ପଡୁଛି। ଏନେଇ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛି ବିଭାଗ।ତହସିଲଦାର, ଆରଆଇ, ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ୍। ଲୋକଙ୍କ କାମ ନକଲେ ଆକ୍ସନ। ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ଅବଗତ କଲା ବିଭାଗ। ଚିଠିରେ ସ୍ପଷ୍ଟ ଲେଖା ହୋଇଛି ଗ୍ରାଉଣ୍ଡରେ ଥିବା କିଛି ବିଭାଗୀୟ ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି। ଅଭିଯୋଗକୁ ଗ୍ରାଉଣ୍ଡ ସ୍ତରରେ ସମାଧାନ କରୁନାହାନ୍ତି। ଯେଉଁଥି ପାଇଁ ଲୋକଙ୍କୁ ଉପରସ୍ତରକୁ ଏମିତିକି ଭୁବନେଶ୍ୱରଯାଏଁ ଆସିବାକୁ ପଡୁଛି। ଏହା ଦ୍ବାରା ଲୋକଙ୍କ ଉପରେ ଆର୍ଥିକ ଚାପ ଏବଂ କଷ୍ଟସହିବାକୁ ପଡୁଛି। ଏହା ବି ନଜରକୁ ଆସିଛି ଯେ, ସମାଧାନ ପାଇଁ ଲୋକମାନେ ଦେଉଥିବା ଅଭିଯୋଗ ବିନା ଶୁଣାଣିରେ ନିୟମିତ ପ୍ରକ୍ରିୟାରେ ଖାରଜ ହେଉଛି। ଗ୍ରାଉଣ୍ଡରେ ଥିବା ଫିଲ୍ଡ ଅଧିକାରୀ ଉତ୍ତର ଦାୟିତ୍ୱ ନେଉନଥିବାରୁ ଏହି ସମସ୍ୟା ହେଉଛି। ଆଉ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରିସ୍ଥ ଅଧିକାରୀ ନେଉ ନାହାନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ବିଭାଗ। ଏଣିକି ଏମିତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧେର ୧୫ ଦିନ ଭିତରେ ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।


ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ ସାଧାରଣ ଜନତା ଦେବେ ବୋଲି ଗତକାଲି ରାଜସ୍ବ ମନ୍ତ୍ରୀ କହିଥିଲେ। ଏଥିପାଇଁ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ରେଜିଷ୍ଟର ରହିବ। ତେବେ ଏସବୁ ସଂସ୍କାରମୂଳକ କାର୍ଯ୍ୟକ୍ରମ କେତେ ସଫଳ ହେଉଛି ତା ଉପରେ ନଜର।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS