ନିମାପଡା କାକଟପୁର ରୁ ଓ ଏ ଏସ ପରୀକ୍ଷା ରେ କୃତକାର୍ଯ୍ୟ
ନିମାପଡା :-୨୦/୧୦ ଓଡିଶା ସିଭିଲ ସର୍ଭିସ ( ଓଏଏସ ) ପରୀକ୍ଷାରେ ନିମାପଡା ର ପ୍ରିଙ୍କିଲ ପରିଡା ଓ କାକଟପୁର ରେ ହରପ୍ରିୟ ମଲ୍ଲିକ କୃତକାର୍ଯ୍ୟ ହୋଇଛନ୍ତି ।ଏହି ପରୀକ୍ଷା ରେ ମୋଟ ୬୮୩ ଜଣ ମଧ୍ୟରୁ ନିମାପଡା ଅଞ୍ଚଳର ପ୍ରିଙ୍କିଲ ପରିଡା ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କାକଟପୁର ଅଞ୍ଚଳର ହରପ୍ରିୟା ମଲ୍ଲିକ ୪୮୩ ରାୟାକ ରେ ସ୍ଥାନ ପାଇଁ ଖାଲି ନିମାପଡା କାକଟପୁର ନୁହେଁ ସାରା ପୁରୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ଦୁଇ ଜଣ କୃତକାର୍ଯ୍ୟ ହେବାର ଖବର ଶୁଣି ନିମାପଡା ବିଧୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ସୁବେଛା ଜଣାଇଛନ୍ତି ।ଏହି ଓଏଏସ କୃତକାର୍ଯ୍ୟ ରେ ନିଜ ପରିବାର ସହିତ ଗୁରୁ ,ସାଙ୍ଗସାଥି ଓ ବନ୍ଧୁ ମାନଙ୍କ ମଧ୍ୟରେ ଆନନ୍ଦର ଖୁସିର ଲହରୀ ଖେଳିଯାଇଛି ।ବିଭିନ୍ନ ମହଲରୁ ସୁବେଛା ର ସୁଅ ଛୁଟୁଛି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق