BREAKING
Loading...
:

ବଜ୍ରପାତରେ ଦୁଇ ଜଣ ମୃତ

 ବଜ୍ରପାତରେ ଦୁଇ ଜଣ ମୃତ 

ନିମାପଡା/ଗୋପ :- (ମଣିଭଦ୍ରା ଖବର) ସାରା ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବଜ୍ରାଘାତ ସୃଷ୍ଟି ହୋଇ ବିଭିନ୍ନ ସ୍ଥାନରେ ଛୋଟବଡ଼ ଘଟଣା ଘଟୁଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ଏରବଙ୍ଗ ଡିହସାହି ରେ ଏକ ବଜ୍ରପାତରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ଆଜି ଅକ୍ଟୋବର ୨୦ ତାରିଖ ରବିବାର ଦିନ କେଶବ ସ୍ୱାଇଁ ଙ୍କ ମା ଙ୍କ ଦଶାହ କର୍ମ ଚାଲିଥିଲା । ଠିକ ସେହି ସମୟରେ ହଟାତ ଏକ ବଡ଼ ଧରଣର ବଜ୍ରପାତ ହୋଇଥିଲା  ।ଏହି ବଜ୍ରପାତ ସମୟରେ କେଶବ ସ୍ୱାଇଁ ଙ୍କ ଝିଅ ସରସ୍ୱତୀ ସ୍ୱାଇଁ ଯାହାର ବୟସ ୧୮  ବଜ୍ରପାତ ସଂପର୍ସ ରେ ଆସିଥିବା ବେଳେ ଠିକ ସେହି ସମୟରେ ସେହି ଗ୍ରାମର ବାବୁଲି ଭୋଇ ର ସ୍ତ୍ରୀ ରୀନା ଭୋଇ ଯାହାର ବୟସ ୪୦  ଛେଳି ଚରାଇବାକୁ ଯାଇଥିବା ସମୟରେ ବଜ୍ରପାତ ସଂପର୍ସ ରେ ଆସିଥିଲା। 

ବଜ୍ରପାତରେ ଦୁଇ ଜଣ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ ।ଏହି ଘଟଣା ଦେଖି ଗ୍ରାମବାସୀ ମାନେ ଦୁଇ ଜଣକୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ସେଠାରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ବଜ୍ରପାତ ଏତେ ବଡ଼ ଥିଲା ଦଶ କର୍ମ ସମୟରେ ଥିବା ଲୋକ ମାନଙ୍କ କାନ ତାବଦା ହୋଇଯାଇଥିଲା ।ଏହି ଘଟଣା ର ଖବର ପାଇ ନିମାପଡା ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଓ ତାଙ୍କ ସହଯୋଗୀ ଗୋପ ଯୁବ ନେତା ଶିଵ ପ୍ରସାଦ ସ୍ୱାଇଁ ପହଁଞ୍ଚୀ ପରିବାର କୁ ସାନ୍ତ୍ୱନା ଦେବାଶହ ଦୁଇ ଶବକୁ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ କରିବା ପାଇଁ  ସ୍ୱତନ୍ତ୍ର ଗାଡିର ବେବ୍ୟସ୍ଥ କରିଥିଲେ । ଏହି ଘଟଣା ଖବର ଶୁଣି ଗୋପ ପୋଲିସ ଅପମୃତ ମାମଲା ୨୯/୨୦୨୪ ଓ ୩୦/୨୦୨୪ ରେ କେଶ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛନ୍ତି ।ଏହି ବଜ୍ରପାତ ରେ ଦୁଇ ଜଣଙ୍କ ମୃତ୍ୟୁ ହେବାର ଖବର ଶୁଣିବା ପରେ ଡିହସାହି ଗ୍ରାମ ସହିତ ସମଗ୍ର ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଥିଲା ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS