BREAKING
Loading...
:

କଣ୍ଟାମାଳରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

 କଣ୍ଟାମାଳରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ  ସୋମବାର ଦିନ  ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ  ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୭୪  ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୬୬  ଗୋଟି ବ୍ୟକ୍ତିଗତ ମାମଲା ଓ ୮ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୪  ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୨ ଗୋଟି ଅଭିଯୋଗ  ସଂପର୍କରେ ଅନୁଧ୍ୟାନ କରାଯାଇ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ  ୧୭ ହଜାର ଟଙ୍କାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧ ଜଣଙ୍କୁ ୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ  ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ବିଡିଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ତହସିଲଦାର ଧନଞ୍ଜୟ ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲା ସମାଜ ମଙ୍ଗଳ ଅଧିକାରୀ ଏସ.କୁଜୁର, ସହକାରୀ କୃଷି ଅଧିକାରୀ ନିବେଦିତା ପ୍ରଧାନ,ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ କୁମାର ମହାନ୍ତି,ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ,ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି,ଆଇଆଇସି କଣ୍ଟାମାଳ ନଳିନିକାନ୍ତ ଦାଶ, ଟିଆରଓ କୁଲଦୀପ ମହାନ୍ତି , ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେବାସହିତ  ଯେଉଁ ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଶୁଣାଣି ଶିବିରରେ ଅନୁପସ୍ଥିତ ଥିଲେ ସେମାନଙ୍କୁ କୈଫିୟତ ମାଗିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟାମାଳ ବିଡ଼ିଓ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS