BREAKING
Loading...
:

ସୁବର୍ଣ୍ଣପୁର ଜିଲ୍ଲାର ପୁରପଲ୍ଲୀ ରେ ପୁଅ ଜିଉଁନ୍ତିଆ ଓଷା ପାଳିତ

 ସୁବର୍ଣ୍ଣପୁର ଜିଲ୍ଲାର ପୁରପଲ୍ଲୀ ରେ ପୁଅ ଜିଉଁନ୍ତିଆ ଓଷା ପାଳିତ l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ପଶ୍ଚିମ ଓଡିଶା ରେ ପାଳିତ ହୋଇଥାଏ ସ୍ନେହ ଓ ଭାବ ର ପର୍ବ ପୁଅଜିଉଁନ୍ତିଆ ଓଷା l ଏହି ଓଷା କେବଳ ମା ମାନେ ନିଷ୍ଠାର ସହିତ ପାଳିଥାନ୍ତି l ପୁଅଜିଉଁନ୍ତିଆ ରେ ନିର୍ଜଳା ଓପାସ ରହିଥାନ୍ତି ମା ମାନେ l ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ର ପୁରପଲ୍ଲୀରେ ଏହି ପୁଅଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି l ଏହି ଦିନ ମା ମାନେ କୌଣସି ଖାଦ୍ୟ ଗ୍ରହଣ କରିନଥାନ୍ତି l ଏପରିକି ଜଳ ମଧ୍ୟ l ନିଜ ନିଜ ପୁତ୍ର ସନ୍ତାନ ର ଦୀର୍ଘ ଜୀବନ କାମନା କରି ମା ମାନେ ଏହି ଓଷା ପାଳିଥାନ୍ତି l ଏହି ଓଷାରେ 108 ଦୁବ ଓ ଗୋଟା ଅରୁଆ ଚାଉଳ ସହିତ ଫୁଲ ଓ ବିଭିନ୍ନ ପ୍ରକାର ଫଳ ଲାଗିଥାଏ l ଏହି ଓଷା ଆଶ୍ଵିନ ମାସ କୃଷ୍ଣ ପକ୍ଷ( ମୂଳାଷ୍ଟମୀ )ଅଷ୍ଟମୀତିଥି ରେ ପାଳନ କରାଯାଇଥାଏ l ଏହି ଦିନ ମା ମାନେ ସନ୍ଧ୍ୟା ରେ ଏକତ୍ର ହୋଇ ପୋଖରୀ କିମ୍ୱା ନଦୀ କୁ ଗାଧୋଇ ଯାଇଥିଲେ l ସେତେବେଳେ ନଦୀ କିମ୍ବା ପୋଖରୀ ର ଘାଟରେ କାଠି ପୋତି ଥାନ୍ତି l ସେଠାରୁ ଫେରିଲା ପରେ ଗ୍ରାମ ର ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ସମସ୍ତ ମା ମାନେ ଏକତ୍ର ହୋଇ ପୁଅଜିଉଁନ୍ତିଆ ପୂଜା କରିଥିଲେ l ଏହି ଓଷାରେ ଦୂତୀବାହାନ ଙ୍କୁ ପୂଜା କରାଯାଇଥାଏ l ଜଣେ ବ୍ରାହ୍ମଣ ପୂଜକ ଓଷା ଗୀତ ବୋଲି ଥାନ୍ତି l ପୂଜା ସରିଲା ପରେ ଯିଏ ଯାହା ଘରକୁ ଫେରି ଯାଆନ୍ତି l ପରଦିନ ଭୋର ସମୟରୁ ପୁଣି ମା ମାନେ ଏକାଠି ହୋଇ ନଦୀ କିମ୍ୱା ପୋଖରୀ କୁ ଯାଇଥିଲେ ଗାଧୋଇବାକୁ l ଘାଟରେ ବାଲି ରେ ଏକ ଛୋଟ ଛୋଟ ପିଣ୍ଡି କରି ସେଥିରେ କାକୁଡି, ଭେଣ୍ଡି,ଫୁଲ, ଦାନ୍ତ କାଠି, ଅରୁଆ ଚାଉଳ, ଧୂପ, ଦୀପ ଓ ଗଜା ମୁଗ ଦେଇ ପୂଜା କରି ନିଜ ନିଜ ଘରକୁ ଆସିଥିଲେ l ଆଜି ସକାଳେ ନିଜ ନିଜ ଘରେ ତୁଳସୀ ଚଉରା ମୂଳେ ଦୀପ ଜାଳି ନିଜ ନିଜ ପୁଅ ମାନଙ୍କୁ ଜିଉଁନ୍ତିଆ ଚଢାଇଛନ୍ତି ମା ମାନେ ଫୁଲ ଚନ୍ଦନ ଦେଇ l ଏଥି ସହିତ ପୁଅ ମାନଙ୍କୁ କିଛି କିଛି ନୂଆ ଉପହାର ( ପ୍ୟାଣ୍ଟ, ଶାର୍ଟ, ଗାମୁଛା ଓ ଅନ୍ୟାନ୍ୟ ଜିନିଷ ) ଆକାରରେ ଦେଇଥାନ୍ତି l ବଡ଼ ବଡ଼ ପୁଅ ମାନେ ମଧ୍ୟ ନିଜ ନିଜ ମା ମାନଙ୍କୁ ଶାଢ଼ୀ ଉପହାର ଆକାର ରେ ଦେଇଥାନ୍ତି lପୁଅ ମାନଙ୍କୁ ଜିଉଁନ୍ତିଆ ଚଢାଇ ସାରିଲା ପରେ ଯାଇ ମା ମାନେ ଅନ୍ନ ଓ ଜଳ ଗ୍ରହଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS