ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ପାଲଝାର ସ୍ଥିତ ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମୀ ଓ ସାମାଜିକ ଵିଜ୍ଞାନ ର ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର କୁମାର ବିଶ୍ୱକର୍ମା ଏହି ଯୁବ ସାଂସଦ କାର୍ଯ୍ୟକ୍ରମ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରାଇଥିଲେ l କାର୍ଯ୍ୟକ୍ରମ ରେ ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ମାନଙ୍କ ଭୂମିକା କୁ ଖୁବ ସୁନ୍ଦର ଭାବରେ ଅଭିନୟ କରିଥିଲେ l ଏହି ଯୁବ ସାଂସଦ କାର୍ଯ୍ୟକ୍ରମ କୁ ଦେଖିବା ନିମନ୍ତେ ଶିକ୍ଷକ ଅଭିଭାବକ ସଂଘ ର ସଦସ୍ୟ / ସଦସ୍ୟା ତଥା ଅନ୍ୟାନ୍ୟ ଅଭିଭାବକ / ଅଭିଭାବିକା ମାନେ ନବୋଦୟ ବିଦ୍ୟାଳୟ କୁ ଆସି ଛାତ୍ର ଛାତ୍ରୀ ଙ୍କ ନିଖୁଣ ଅଭିନୟ ର ଭୁୟସୀ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ ର ଶେଷରେ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବିଦ୍ୟାଳୟ ର ଭୋଜନାଳୟରେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ l ଛାତ୍ର ଛାତ୍ରୀ ଙ୍କ ର ଏପରି କାର୍ଯ୍ୟକ୍ରମ ପାଇଁ ଅଭିଭାବକ ମାନେ ଜବାହାର ନବୋଦୟ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment