ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଖଣ୍ଡପଡ଼ା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସଙ୍ଘର ସମ୍ପାଦକ ତଥା ଆୱାଜ ମିଡ଼ିଆର ସାମ୍ବାଦିକ କିଶୋର ମହାପାତ୍ର ମସ୍ତିଷ୍କ ଘାତରେ ଇହ ଲୀଳା ସମ୍ବରଣ କରିଛନ୍ତି, ମୃତ୍ୟୁ ବେଳକୁ ତାଙ୍କୁ 46 ବର୍ଷ ହୋଇଥିଲା l କିଶୋର ମହାପାତ୍ରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଥିବା ବେଳେ ଖଣ୍ଡପଡା ପ୍ରେସ କ୍ଲବ ପକ୍ଷରୁ ଅପରାହ୍ନରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏଥିରେ ପ୍ରେସ କ୍ଲବର ସଭ୍ୟ ସଂଗ୍ରାମ କେଶରୀ ଦେଓ, ସରୋଜ କୁମାର ଚୌଧୁରୀ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଶିବ ନାରାୟଣ ଦାସ, ଭବାନୀ ଶଙ୍କର ମହାନ୍ତି, ସତ୍ୟନାରାୟଣ ସୁର ଜଗଦେବ,ଜ୍ୟୋତି ରଞ୍ଜନ ମହାରଣା, ସୁଶାନ୍ତ କୁମାର ଗୁରୁ ଆଦି ଉପସ୍ଥିତ ଥିଲେ l କିଶୋର ମହାପାତ୍ର ଜଣେ ନିର୍ଭିକ ସାମ୍ବାଦିକ ତଥା ପରୋପକାରୀ ବ୍ୟକ୍ତି ଭାବେ ନୟାଗଡ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ, ମଣିଭଦ୍ରା ଖବର l


Post a Comment