ଡାକ୍ତରଖାନା ବନାମ ଡକାୟତ ଖାନା,କମିଶନ ଓ ଟଙ୍କା ଆଦାୟ ସତ୍ତ୍ବେ ରୋଗୀ ଙ୍କ ଦୁର୍ଦ୍ଦଶା ବଢୁଛି।
ବଲାଙ୍ଗୀର (ମଣିଭଦ୍ରା ଖବର) ଟିଟିଲାଗଡ ମୁଖ୍ୟ ସବ ଡିଭିଜନାଲ ସରକାରୀ ଚିକିତ୍ସାଳୟ ରେ ମାତ୍ରାଧିକ ଅବ୍ୟବସ୍ଥା ଲାଗି ରହିଥିବାରୁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ବଢ଼ି ଚାଲିଛି । ଅନେକ ଜରୁୀକାଳୀନ କର୍ମ ଚାରି ତଥା ବିଭିନ୍ନ ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ ମାତ୍ର କିଛି କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର, ନର୍ସ ରୋଗୀ ଓ ପରିବାର ବର୍ଗ ଙ୍କୁ ଅକଥନୀୟ ଦୁର୍ଦ୍ଦଶା ର ଶିକାର କରି ରୋଗୀ ଙ୍କ ଜୀବନ ସହ ଖେଳୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ, ବିଗତ ଦିନରେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ତ୍ରୁଟି ପୂର୍ଣ୍ଣ ଇଞ୍ଜେସନ ଦେବା ଯୋଗୁଁ ଏକ ଶିଶୁ ର ମୃତ୍ୟୁ ଘଟିବା ନେଇ ସାଧାରଣ ରାଜରାସ୍ତାକୁ ଓହ୍ଲାଇ ଥିଲେ । ସ୍ଥାନୀୟ ନେତା, ମନ୍ତ୍ରୀ ଙ୍କ ଆନ୍ତରିକତା ଅଭାବ ଯୋଗୁଁ ଗୁରୁତର ରୋଗୀ ଅକାଳ ମୃତ୍ୟୁ ବରଣ କରିବା ଅଭିଯୋଗ ହୋଇଆସୁଛି। ସେହିପରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଟି, କୋଟି ଟଙ୍କା ବ୍ୟୟ, ବରାଦ କେବଳ ନାମକୁ ମାତ୍ର ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନୁରୂପ ଭାବେ ଟିଟିଲାଗଡ ନିକଟସ୍ଥ ପିପଲ୍ ପଦର ଠାରେ କୋଟି, କୋଟି ଟଙ୍କା ବ୍ୟୟରେ ଏକ ମାଁ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ କରିବା ଓ ସେହିପରି ଦୀର୍ଘ ଦିନ ଧରି ଛାଡି ଦିଆ ଯାଇଛି। ଅପରପକ୍ଷରେ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟରେ ନିୟମିତ ଭାବେ ବହୁ ସଂଖ୍ୟାରେ ରୋଗୀ ଆସିବା ସତ୍ତ୍ବେ ଉପଯୁକ୍ତ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ର ଶିକାର ହେବା ସାର ହେଉଛି। ଶଯ୍ୟା ଅଭାବରୁ ରୋଗୀ ତଳେ ଗଡିବା ଓ ସେବା ମନୋବୃତି ର ଅଭାବ ତଥା ଅର୍ଥ ଶୋଷଣ ମନୋଭାବ ପ୍ରଦର୍ଶନ ବୃଦ୍ଧି ପାଉଛି। କାର୍ଯ୍ୟରତ ନର୍ସ ଡାକ୍ତର ଲେଖି ଥିବା ଭର୍ତି ଟିକଟ ନେଇ ସୁଦ୍ଧା ଗୁରୁତର ଅବସ୍ଥାରେ ଥିବା ରୋଗୀ ଙ୍କୁ ବାରମ୍ବାର ସମ୍ପର୍କୀୟ ଗୁହାରୀ କରି,କରି ଦୁର୍ବ୍ୟବହାର ର ଶିକାର ହେଉଛନ୍ତି। ରୋଗୀ ଙ୍କୁ ବଡ଼ କଷ୍ଟ ରେ ମନୋମୁଖୀ ଭାବେ ଲାଗିଥିବା ସାଲାଇନ ଖୋଲିବା ଅବା ବନ୍ଦ କରିବା ତଥା ବଦଳେଇବା ପାଇଁ ନର୍ସ କୋଠରୀ କୁ ଡାକି ଯାଇ ଗାଳି, ଗୁଲଜ ର ଶିକାର ହେଉଛନ୍ତି। ରୋଗୀ ଙ୍କ ସମ୍ପର୍କୀୟ ଗୁହାରୀ କରି ସୁଦ୍ଧା ସକାଳୁ, ସଞ୍ଜ ଯାଏଁ, ତ କେତେ ବେଳେ,ନିଜ ମନୋମୁଖୀ ଭାବେ ନିଜେ ନ ଲଗେଇ ଡାକ୍ତରଖାନା ର ସୁଇପର୍,ସିକ୍ୟୁରିଟି ଗାର୍ଡ ତଥା ଅନ୍ୟ କର୍ମ ଚାରି ଙ୍କୁ ପଠାଉଥିବା ଦେଖା ଯାଉଛି। ଯାହା ରୋଗୀ ଙ୍କ ଅକାଳ ମୃତ୍ୟୁ ଘଟିବା ଭଳି ଘଟଣା ନିୟମିତ ନଜର କୁ ବାରମ୍ବାର ଆସୁଛି।
ମହିଳା ଓ ଶିଶୁ ବିଭାଗ ର ଦାୟିତ୍ୱ ରେ ଥିବା ଶ୍ରୀମତୀ ବାସନ୍ତି ନାମ୍ନୀ ଜଣେ ମହିଳା ନର୍ସ ଏ ବିଭାଗ ରେ କରାଯାଉଥିବା ଅସ୍ତ୍ରୋପଚାର ପାଇଁ ଉକ୍ତ ପ୍ରସୂତୀ ମହିଳା ଙ୍କ ସମ୍ପର୍କୀୟ ଙ୍କ ଠାରୁ ସାତ ସହ ଟଙ୍କା ଲେଖାଏଁ ଆଦାୟ କରିବା ଅଭିଯୋଗ ହୋଇଛି । ଉକ୍ତ ନର୍ସ ଏହି ବିଭାଗ ରେ ଦୀର୍ଘ ବର୍ଷ ଧରି ରହି ଥିବା ଓ ନିଜେ ଡାକ୍ତର ଙ୍କ ଅନୁପସ୍ଥିତି ରେ ସର୍ବେ ସର୍ବା ପାଲଟି ପେଟରେ ପାଣି, ଶୁଖି ଥିବା ପରି ନାନା ପ୍ରକାର ଆଳରେ ଭୟଭୀତ କରେଇ ବଲାଙ୍ଗୀର ଚାଲିଯିବା ପାଇଁ କହିବା ଓ ୫୦୦ ଶହ ରୁ ସାତ ଶହ ଟଙ୍କା ଦେଇଦେଲେ ଅପରେସନ କରିବା ଅଭିଯୋଗ ହୋଇଛି । ଏହି ବିଭାଗ ର ବିଶେଷଜ୍ଞ ଡାକ୍ତର ବଳରାମ ସାହୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବିଭିନ୍ନ ପରୀକ୍ଷା ପାଇଁ କହିବା ଓ କେହି ଅନ୍ୟତ୍ର ପରୀକ୍ଷା ରିପୋର୍ଟ ଆଣିଲେ ଡାକ୍ତର ଖାନା ଭିତରେ ଉଚ୍ଚ ଓ କର୍କଶ ସ୍ଵରରେ ଗାଳି, ଗୁଲଜ କରିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଟିଟିଲାଗଡ ନିକଟସ୍ଥ ବାନ୍ଧୁପଲା ର ଉଗ୍ରସେନ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ଝିଅ ଙ୍କ ତୃଟିପୂର୍ଣ୍ଣ ଓ ଦାୟିତ୍ୱ ହୀନତା ଘଟଣା, ସଇଁନ୍ତଲା ଅଞ୍ଚଳ ରୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା ଙ୍କୁ ତ୍ରୁଟି ପୂର୍ଣ୍ଣ ଇଞ୍ଜେକ୍ସନ ପାଇଁ ଏକ ହାତ ହରେଇ ଥିବା ବା କଟା ଯିବା ଘଟଣା ଯୋଗୁଁ ସମୃକ୍ତ ଡାକ୍ତର ଶ୍ରୀ ସାହୁ ଙ୍କୁ ସଇଁତଳା ରାଜରାସ୍ତାକୁ ଅବରୋଧ କରାଯାଇଥିବା ଯୋଗୁଁ ବଲାଙ୍ଗିର ଜିଲ୍ଲାପାଳ ଙ୍କ ନିକଟରେ ଏସ୍କର୍ଟ ବା ସୁରକ୍ଷା ଦେଇ ହାଜର କରାଯାଇ ଥିଲା । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲିଖିତ ଅଭିଯୋଗ ହୋଇଛି। ଟିଟିଲାଗଡ଼ ଅଞ୍ଚଳ ର ଲକ୍ଷ କୁମାର ନାମକ ଜଣେ ବ୍ୟକ୍ତି ଙ୍କ ସ୍ତ୍ରୀ,ତଥା ସହର ର ପାର୍ଥ କୁମାର ନାମକ ଜଣେ ବ୍ୟକ୍ତି ଙ୍କ ସମ୍ପର୍କୀୟ ଲୋକ ଙ୍କୁ ଚିକିତ୍ସା ସେବା ସଠିକ୍ ଭାବେ ନ ଯୋଗାଇ ଥିବା ତଥା ବିନା କାରଣରେ ପ୍ରସୂତୀ ଙ୍କ ଅସ୍ତ୍ରୋପଚାର କରି ଅର୍ଥ ଶୋଷଣ ମନୋଭାବ ପୋଷଣ କରିବା ଅଭିଯୋଗ କରଯାଇଛି। ସେହିପରି ଟିଟିଲାଗଡ ହାଟପଦା ପଡ଼ା ନିବାସୀ ଘାସି ନାଗ ନାମକ ଜଣେ ରକ୍ତଦାତା ସଂଘ ସଦସ୍ୟ ତାଙ୍କ ଭାଇ ଙ୍କ ଅନୁପସ୍ଥିତି ରେ ତାଙ୍କ ସ୍ତ୍ରୀ ଙ୍କୁ ପ୍ରସବ ପାଇଁ ଡାକ୍ତର ଖାନା ଆଣି ଥିବା ବେଳେ ଅନ୍ୟ କେତେକ ସ୍ଥାନରେ କରାଯାଇଥିବା ପରୀକ୍ଷା ରିପୋର୍ଟ ମାନ ଦେଖି ଡାକ୍ତର ଖାନା ପରିସର ରେ ଉଚ୍ଚ ଓ କର୍କଶ ସ୍ୱର ରେ ଗାଳି, ଗୁଲଜ କରିଥିଲେ । ଆବଶ୍ୟକ ନ ଥିବା ସତ୍ତ୍ଵେ ତାଙ୍କ ଅସ୍ତ୍ରୋପଚାର ନେଇ ବେଶ୍ ପାଟି,ତୁଣ୍ଡ ଘଟିଥିଲା । ଏ ନେଇ ଡାକ୍ତର ଖାନା ପରିସର ରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଟିଟିଲାଗଡ ଯୁବ ଜାଗରଣ ସମିତି ତରଫରୁ ଏ ସବୁ ନେଇ ଏକ ବୈଠକ ଆୟୋଜନ କରି ଏ ବ୍ୟବସ୍ଥା କୁ କିପରି ସୁଧାର କରାଯିବ ଓ ସାଧାରଣ ଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିବ ସେ ନେଇ ବିଭିନ୍ନ ଉଚ୍ଚ କର୍ତ୍ତୁପକ୍ଷ ଙ୍କ ନିକଟ କୁ ଦାବୀ ପତ୍ର ମାନ ପ୍ରେରଣ କରାଯାଇଥିବା ସୁଚନା ଦିଆଯାଇଛି ।
ରିପୋର୍ଟ ସନ୍ତୋଷ କୁମାର ନାୟକ, ବଲାଙ୍ଗୀର



Post a Comment