ଶାଶୁଘର ଲୋକେ ମିଳିମିଶି ମାରିଦେଲେ !
ଓଡ଼ଗାଁ (ମଣିଭଦ୍ରା ଖବର) ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ରୀତିନୀତି ଅନୁସାରେ ବୋହୁକରି ଘରକୁ ନେଇଥିବା ଶାଶୁଘର ଲୋକେ ମିଳିମିଶି ବୋହୁକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କର ବାପା । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ କଲେଜ ରୋଡ ଷ୍ଟୁଡିଓ ଛକ ନିକଟରେ । ସେଠାରେ ରହୁଥିବା ଦେବାଶିଷ ମିଶ୍ରଙ୍କ ପତ୍ନୀ ଜ୍ୟୋର୍ତିମୟୀ ପଣ୍ଡା(ସୋନାଲୀ) ଆତ୍ମହତ୍ୟା କରିଛନ୍ତି । ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମର ପ୍ରକାଶ କୁମାର ପଣ୍ତା ଥାନାରେ ଅଭିଯୋଗ କରିଛନ୍ତି । ସୋନାଲିଙ୍କ ସହ ବୈଦିକ ରୀତିରେ ବିବାହ କାର୍ଯ୍ୟସମ୍ପନ୍ନ ହୋଇଥିଲା । ଉଭୟଙ୍କ ବିବାହ ୪ ବର୍ଷ ତଳେ ହୋଇଥିବା ବେଳେ ୩ ବର୍ଷର ପୁଅଟିଏ ରହିଛି । ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ କଥାରୁ ଖିଅ ବାହାର କରି ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ସମୟକ୍ରମେ ପରିସ୍ଥିତି ବଦଳିବା ଆଶାରେ ସୋନାଲି ଦୁଃଖ କଷ୍ଟ ସହି ଚାଲିଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସୋନାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବେଳେ ସୋନାଲି ଅଳ୍ପକେ ରକ୍ଷା ପାଇଥିଲେ । ନିର୍ଯ୍ୟାତନା ଭୋଗିବା ତାଙ୍କ ପାଇଁ ନିତିଦିନିଆ ଘଟଣା ପାଲଟି ଯାଇଥିଲା । ଗତକାଲି କୈାଣସି କାରଣରୁ ସୋନାଲିକୁ ସମସ୍ତେ ମିଶି ପିଟିଥିଲେ। ସୋନାଲି ମୃତ୍ୟୁ ହୋଇଥିବା ପରେ ତାକୁ ନେଇ ଏକ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ସୋନାଲିଙ୍କ ପଛପଟେ ମାଡ଼ ବାଜି ଦାଗ ଥିବା ବେଳେ ତଳଘରୁ ଝୁଲା ଯାଇଥିବା ଘର ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବା ପୁଲିସ ଦେଖିବାକୁ ପାଇଛନ୍ତି। ଘଟଣା ଘଟିବାର ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପରିବାର ଲୋକେ ଘଟଣାକୁ ଲୁଚାଇ ରଖିଥିଲେ। ସୋନାଲି ଫ୍ୟାନରେ ଝୁଲିଥିବାବେଳେ ପାରିପାର୍ଶ୍ବିକ ଅବସ୍ଥାକୁ ଲକ୍ଷ୍ୟ କଲେ ତାଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ସନ୍ଦେହ ହେଉଛି। ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଶାଶୁ, ଶ୍ବଶୁର ପୁଲିସ ସହିତ ବିଭିନ୍ନ ଯୁକ୍ତିତର୍କ କରିଥିଲେ। ଏହାପରେ ପୁଲିସର ସନ୍ଦେହ ବଢିବାରୁ ଘରେ ପଶି ଶବକୁ ଜବତ କରିଥିଲେ। ସାଇଣ୍ଟି ଟିମ୍ ଉପସ୍ଥିତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ବେଳେ ଝିଅର ବାପା ପ୍ରକାଶ କୁମାର ପଣ୍ତା ଝିଅକୁ ମାରି ଟାଙ୍ଗି
ଦେଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଘରେ କାମ କରୁଥିବା ଭଞ୍ଜନଗର ଅଞ୍ଚଳର ଦୁଇଜଣ ଜଗନ ଗୌଡ଼ (୨୦) ଓ ଦିଲ୍ଲୀପ କୁମାର ସାହୁ (୩୦)କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଶାଶୁ ଝରଣା ମିଶ୍ର, ଶ୍ବଶୁର ପ୍ରକାଶ ମିଶ୍ର ଏବଂ ଶାଶୁଙ୍କ ମାଆ ପ୍ରମିଳା ଦାସ, ଏବଂ ଶାଶୁଙ୍କ ଭାଇ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ସ୍ବାମୀ ଦେବାଶିଷ କୁଆଡେ ଫେରାରଥିବା ସୂଚନା ମିଳିଛି । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଥିବାବେଳେ ଦେବାଶିଷଙ୍କ ମାମୁଁ ମଧ୍ୟ ଫେରାର ହୋଇଯାଇଛନ୍ତି। ଏହା ପଛରେ ସ୍ବାମୀର ପରକ୍ରିୟା ପ୍ରିତି ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଆସନ୍ତାକାଲି ଅଟକ ଥିବା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment