ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଗଣିଆ ୧୧/୦୯(ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସମ୍ପାଦକ ତଥା ଆଓ୍ବାଜ ମିଡ଼ିଆ ରିପୋର୍ଟର ତଥା ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ବିୟୋଗରେ ସମଗ୍ର ରାଜ୍ୟ ଶୋକର ଛାୟାରେ ବୁଡି ଯାଇଥିବାବେଳେ ଗଣିଆ ବ୍ଲକର କାଯ୍ୟରତ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବ ସହିତ ତାଙ୍କ ଆମର ଆତ୍ମର ସଦଗତି କାମନା ନିମନ୍ତେ ଗଣିଆ ଡ଼ାକବଙ୍ଗଳାରେ ନିରବ ପ୍ରାର୍ଥନା କରାଯାଇଥିଲା । ଗଣିଆରେ ନୂତନ ଭାବେ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ସଭାପତି ଅଖିଳ ବିହାରି ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପସଭାପତି ସମୀର କୁମାର ବେହେରା, ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ , ସହସମ୍ପାଦକ ମନୋରଞ୍ଜନ ମଲ୍ଲିକ, କୋଷାଧକ୍ଷ ଅଜୟ କୁମାର ଲେଙ୍କା, ଉପଦେଷ୍ଟା ବିଶ୍ୱରଞ୍ଜନ ସେଠି , ପ୍ରତାପ କୁମାର ରାଉତ, ଦେବୀପ୍ରସାଦ ଦାଶ ଅଶୋକ କୁମାର ବେହେରା ଓ ସୁଦାମଚରଣ ପରିଡାଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ! ସାମ୍ବାଦିକଙ୍କ ଏଭଳି ଅକାଳ ମୃତ୍ୟୁରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାପତି ପ୍ରକାଶ କରିଥିଲେ । ସାମ୍ବାଦିକତା ଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁବ୍ କମ୍ ସମୟ ମଧ୍ୟରେ ସେ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ପରିବାରକୁ ଗଣିଆ ସଂଘ ତରଫରୁ ସହଯୋଗର ହାତ ବଢ଼ାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment