ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ନୟାଗଡ ଠାରେ ଦଶକର୍ମଧାରାର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ
ନୟାଗଡ (ମଣିଭଦ୍ରା ଖବର) ନୟାଗଡସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, କଇଁଥଗାଡିଆ ଠାରେ ଦଶକର୍ମଧାରାର ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଦଶକର୍ମଧାରାର ମେଡିକାଲ ଆସୋସିଏସନ୍ ଏବଂ କୃଷି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଜିଲ୍ଲା ଆବାହକ ସନାତନ ଲେଙ୍କା । ଏହି ବୈଠକରେ ନୟାଗଡ ଜିଲ୍ଲାର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷକ ଅପା ଭାଇ, ଦଶକର୍ମଧାରାର ଆବାହକ ଏବଂ ପାଠଚକ୍ର ବ୍ଳକ ଆବାହକ ମାନେ ଉପସ୍ଥିତ ଥିଲେ । ମେଡିକାଲ ଆସୋସିଏସନର ଆବାହକ ପ୍ରଫୁଲ୍ଲ କୁମାର ସାଥୁଆ, ଡ଼ଃ ବସନ୍ତ କୁମାର ବାରିକ, କାର୍ତ୍ତିକ ସେଠୀ ପ୍ରମୁଖ ମେଡିକାଲ ଆସୋସିଏସନ୍ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ ଏକ ହେଲ୍ଥ ସ୍ବାର୍ଡ ଗଠନ କରିବା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ଅପା/ଭାଇ ଏହି କାର୍ଯ୍ୟରେ ନିୟୋଜିତ ରହିବେ । ଡ଼ଃ ବାରିକ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ନିରାକରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଜିକାଲି ବିଭିନ୍ନ ରୋଗ ଦେଖାଯାଉଥିବା ବେଳେ ସବୁବେଳେ ଔଷଧ ଉପରେ ନିର୍ଭର ନକରି ଦେଶୀ ଚିକିତ୍ସା କରିବାକୁ ଆବାହକ ପ୍ରଫୁଲ୍ଲ କୁମାର ସାଥୁଆ ନିବେଦନ କରିଥିଲେ । କୃଷି ବିଭାଗ ସମ୍ପର୍କରେ ଆଲୋଚନା କରାଯାଇ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିବାକୁ ଆବାହକ ସନ୍ତୋଷ କୁମାର ସାହୁ ମତ ଦେଇଥିଲେ । ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଗଲେ ଏହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ ବୋଲି ଅନ୍ୟତମ ଆବାହକ କାଶିନାଥ ଦାଶ ମତ ଦେଇଥିଲେ। ଏପରିକି ବିଦ୍ୟାଳୟ ପରିସରରେ ଧାନ ଚାଷ ଠାରୁ ଆରମ୍ଭ କରି ପନିପରିବା ଚାଷ କରାଗଲେ ଅନେକ ଉପକାର ହୋଇପାରିବ । ବିଦ୍ୟାଳୟ ଗୁଡ଼ିକରେ କୃଷି ଦାୟିତ୍ଵରେ ଥିବା ଅପା/ଭାଇ ବିଦ୍ୟାଳୟ ସ୍ତରରେ କୃଷି ବିଭାଗର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଆବାହକ ମାନେ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment