BREAKING
Loading...
:

ପନ୍ଦର ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ସହ ତିନି ଆସାମୀ ଗିରଫ, ବୋଲେରୋ ପିକ ଅପ ଜବତ

 ପନ୍ଦର ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ସହ ତିନି ଆସାମୀ ଗିରଫ, ବୋଲେରୋ ପିକ ଅପ ଜବତ 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଯୁବ IPS ପ୍ରହଲ୍ଲାଦ ମୀନା ଯୋଗ ଦେବାପରେ ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ ଭାଳେଣି ପଡିଛି l ପ୍ରତିଦିନ ଗଞ୍ଜେଇ ସହ ଆସାମୀ ଧରା ପଡୁଛନ୍ତି l ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମାଫିଆ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କଣ୍ଟାମାଳ ପୋଲିସ ଆଜି ସକାଳ 6 ଟାରେ କଣ୍ଟାମାଳ ମନମୁଣ୍ଡା ରାସ୍ତାର ଶୁଳିଆ ଛକ ଠାରେ 300 kgs ( ମୂଲ୍ୟ 15 ଲକ୍ଷ )ଗଞ୍ଜେଇ ଭର୍ତ୍ତି ଏକ ପିକ ଅପ ବୋଲେରୋ ଗାଡି ସହ ତିନି ଜଣ ଆସାମୀ ଙ୍କୁ ଗିରଫ କରିଛି l କୌଣସି ସୂତ୍ରରୁ ଖବର ପାଇ କଣ୍ଟାମାଳ ପୋଲିସ ଶୁଳିଆ ଛକ ରେ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା l ଯାଞ୍ଚ ପରେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡିଥିଲା l ଏହି ଗଞ୍ଜେଇ କାରବାର ରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଦେଉଳଡୁଙ୍ଗୁରି ଗ୍ରାମର ଡମ୍ବରୁଧର କହଁର ( ଟିକୁ 38 ବର୍ଷ ), ମାଲପଡା ଗ୍ରାମର ପ୍ରହଲ୍ଲାଦ ଦ୍ୱାରି (42) ଓ ଗଜପତି ଜିଲ୍ଲା ଏନ. ଝାଳରସିଂହ, ଥାନା ଆର. ଉଦୟଗିରି ର ସତ୍ୟରଞ୍ଜନ ଛୀନଚାନୀ  (23) ଙ୍କୁ ଗିରଫ କରିଛି l OD -15 R 4251( ମୂଲ୍ୟ 5 ଲକ୍ଷ )ବିଶିଷ୍ଟ ବୋଲେରୋ ପିକ ଅପ ଗାଡିକୁ ଜବତ ମଧ୍ୟ କରିଛି କଣ୍ଟାମାଳ ପୋଲିସ l ଡ଼ିଏସପି ତଥା କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଆଇ ଆଇ ସି ତପସ୍ୱିନୀ କହଁର ଙ୍କ ନେତୃତ୍ୱ ରେ କଣ୍ଟାମାଳ ଅବକାରୀ ଥାନା ର ଶ୍ରୀ ହେମକାନ୍ତ ସୁନା,ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ୱାର୍ଡ ର ଏ ଏସ ଆଇ ଅଞ୍ଜନ କୁମାର ଜେନା, ମନମୁଣ୍ଡା ଅବକାରୀ ଥାନା ର ଏ ଏସ ଆଇ ଶ୍ରୀ ସୁରେନ୍ଦ୍ର ଡାକୁଆ, ବୌଦ୍ଧ ଅବକାରୀ କନଷ୍ଟେବଳ ( ମୋବାଇଲ ସ୍କ୍ୱାର୍ଡ ) ପ୍ରିୟଜନ କହଁର,କଣ୍ଟାମାଳ ଅବକାରୀ ଥାନା ର କନଷ୍ଟେବଳ ଶ୍ରୀ ଅସିତ କୁମାର ପ୍ରଧାନ, କଣ୍ଟାମାଳ ଅବକାରୀ ଥାନାର କନଷ୍ଟେବଳ ମିସ.ରେ୍ନୁପ୍ରିୟା ଭୋଇ, ବୌଦ୍ଧ ଅବକାରୀ କନଷ୍ଟେବଳ ( ମୋବାଇଲ ସ୍କ୍ୱାର୍ଡ ) ଶ୍ରୀ ସତ୍ୟାନନ୍ଦନ ମୁଖୀ ଓ ମନମୁଣ୍ଡା ଅବକାରୀ କନଷ୍ଟେବଳ ଶ୍ରୀ ବିଜୟ କୁମାର ବାଘ ପ୍ରମୁଖ ଚଢ଼ଉ ରେ ସାମିଲ ଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS