ବୌଦ୍ଧ ଜିଲ୍ଲାପାଲଙ୍କ ସହ ସାକ୍ଷାତ କରି ବିଭିନ୍ନସମସ୍ୟା ଉପରେ ଆଲୋଚନା କଲେ ନଗରପାଳ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟଞ୍ଜୟ ମିଶ୍ର ଆଜି ସୌଜନ୍ୟ ମୂଳକ ସାକ୍ଷାତ କରି ବୌଦ୍ଧ ସହର ବିକାଶ ଉପରେ ଆଲୋଚନା କରିଛନ୍ତି ।ସହର ଉନ୍ନତି କରଣ,ପାର୍କିଂ ସୁବିଧା, କାନ୍ଥ ପେଣ୍ଟି ,ବସଷ୍ଟାଣ୍ଡ ର ସ୍ଥାନାନ୍ତରୀକରଣ ,ମର୍ଯାକୁଦରେ ଆଲୋକି କାରଣ, ପର୍ଯ୍ୟଟନର ଉନ୍ନତି କରଣ, ସହର ସୌନ୍ଦର୍ଯ୍ୟ କରଣ ,ମ୍ୟୁଜିୟମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ ।କାଉନସିଲ ବୈଠକ ପରେ ସହରର ବିଭିନ୍ନ ସ୍ଥାନକୁ ଯାଇ କିପରି ଉନ୍ନତି କରାଯିବ ସେନେଇ ଆଲୋଚନା କରିଥିଲେ ।ରାସ୍ତା କଡରେ ବାଲି ମାଟି ନ ପକାଇବା ଉପରେ ଗୁରୁତ୍ୱାରୋପ ଓ ହେଲମେଟ ଚେକିଂ ଉପରେ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଥିଲେ ।ଏହି ବୈଠକରେ 2022,23 ମସିହାର କଲଚରାଲ କ୍ୟାଲେଣ୍ଡରକୁ ସୁକୃ ସ୍ଵାଇଁ ଉପସ୍ଥାପନ କରିଥିଲେ ।ସ୍ୱାଧୀନତା ର75 ବର୍ଷ ପୂର୍ତ୍ତି ଅବସରରେ ଆମ ଜିଲ୍ଲା କୁ ଦୁଇଦିନ ବ୍ୟାପି ଅହିଂସା ରଥ ବୌଦ୍ଧ ଜିଲ୍ଲା ପରିକ୍ରମା କରିବାର ଉପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୁଟଚାର୍ଟ ଉପସ୍ଥାପନ କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର


Post a Comment