BREAKING
Loading...
:

ଛାମୁଣ୍ଡିଆ ଏବଂ କିଶୋର ପ୍ରସାଦ ପଞ୍ଚାୟତରେ ବନ୍ୟା ସ୍ଥିତି ପରଖିଲେ ବିଧାୟକ

 ଛାମୁଣ୍ଡିଆ ଏବଂ କିଶୋର ପ୍ରସାଦ ପଞ୍ଚାୟତରେ ବନ୍ୟା ସ୍ଥିତି ପରଖିଲେ ବିଧାୟକ




ଗଣିଆ (ମଣିଭଦ୍ରା ଖବର) ବନ୍ୟାର କରାଳ ରୂପରେ ଅଶାନ୍ତ ହୋଇପଡିଛି ମହାନଦୀ । ଫଳରେ ମହାନଦୀ ଅବବାହିକାରେ ବାସ କରୁଥିବା ଲୋକେ ଦୀର୍ଘ ୪ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶ, ଅନ୍ଧାର, ଦୂଷିତ ପାନୀୟ ଜଳ ତଥା  ସରୀସୃପ ମାନଙ୍କ ଭୟରେ ଜୀବନ କାଳାତିପାତ କରୁଛନ୍ତି ଅଞ୍ଚଳବାସୀ । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଧାୟକଙ୍କୁ ଦେଖି ଲୋକମାନେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ତଥା ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷ ଜମିରେ ପାଣି ମାଡ଼ିଯିବା ସହିତ ପନିପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ଧାର କରଜ କରି ଚାଷ ବାସ କରିଥିବା ଚାଷୀ ଧାର କରଜ କିଭଳି ପରିଶୋଧ କରିବେ ସେ ସମ୍ପର୍କରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଜଣାଇଥିଲେ । ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ସେ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ତହସିଲଦାର ବନମାଳୀ ପରିଡାଙ୍କ ସମେତ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS