BREAKING
Loading...
:

ସଚେତନ ମତଦାତା, ସୁସ୍ଥ ଗଣତନ୍ତ୍ର

 ସଚେତନ ମତଦାତା, ସୁସ୍ଥ ଗଣତନ୍ତ୍ର



ଛତ୍ରପୁରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ।


ଛତ୍ରପୁର, -: ମତଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି  କରିବା ଲକ୍ଷ୍ୟରେ ଛତ୍ରପୁର ଉପଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ନିର୍ବାଚନମଣ୍ଡଳୀସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।


ଛତ୍ରପୁର ଉପଜିଲ୍ଲାପାଳ ଡ଼ ଶିବାଶିଷ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୨୪-ପୋଲସରା, ୧୨୫-କବିସୂର୍ଯ୍ୟନଗର, ୧୨୬-ଖଲ୍ଲିକୋଟ, ୧୨୭-ଛତ୍ରପୁର ଓ ୧୩୧-ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ।



ଛତ୍ରପୁର ଉପଜିଲ୍ଲାପାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ମତଦାତାଙ୍କ ସଚେତନତା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ। ପ୍ରତ୍ୟେକ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାରରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମସ୍ତେ ସଚେତନ ଓ ଯତ୍ନବାନ ହେବା ଆବଶ୍ୟକ।


ଏହି ଅବସରରେ ଡେପୁଟି କଲେକ୍ଟର (ନିର୍ବାଚନ) ରବୀନ୍ଦ୍ର କୁମାର ମିଶ୍ର, ଡେପୁଟି କଲେକ୍ଟର ଲକ୍ଷ୍ମୀ ପ୍ରସନ୍ନା ଦୋରା, ବରିଷ୍ଠ ସହାୟକ (ନିର୍ବାଚନ) ଶିବ ପ୍ରସାଦ ଗୌଡ଼ଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS