BREAKING
Loading...
:

କୁଜଙ୍ଗ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ।

 କୁଜଙ୍ଗ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ନାଁରେ ସଙ୍ଗୀନ ଅଭିଯୋଗ।         


                      

 କୁଜଙ୍ଗ: -କୁଜଙ୍ଗ ବ୍ଲକ କୁଜଙ୍ଗ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରେ ଥିବା ଅଧିକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ।

ଚାକିରୀ ଆରମ୍ଭରୁ ଡାକ୍ତରଣୀଙ୍କ ଜାଲିଆତି,

ସରକାର ଓ କର୍ପୋରେଟ ସେକ୍ଟରରୁ ମଧ୍ୟ ଦରମା,

କାର୍ଯ୍ୟକାରୀ ହେଉନି ବିଭାଗୀୟ ସଚିବଙ୍କ ନିର୍ଦେଶ, କେବେ ହବ କାର୍ଯ୍ୟାନୁଷ୍ଠାନ। ଦୁର୍ନୀତି ଭିତରେ ବୁଡି ରହିଛି ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଡାକ୍ତରଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି।ଏଭଳି ଘଟଣାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି କୁଜଙ୍ଗ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଦାୟିତ୍ୱରେ ଥିବା ଡାକ୍ତର  ଚେତନା ପୁରୋହିତ। ସୂଚନା ଅଧିକାର ଆଇନି ବଳରେ ମିଳିଥିବା ସୂଚନା ଅନୁସାରେ ଅଧିକ୍ଷକ ଡାକ୍ତର ଚେତନା ପୁରୋହିତ ପ୍ରଥମେ ବଲାଙ୍ଗୀର ଜ଼ିଲ୍ଲାର ପାଟଣାଗଡ ସବଡିଭିଜିନାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଜୁଲାଇ ୨୦୧୨ ମସିହାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦେଶ ସଂଖ୍ୟା ୧୭୯୦୩/ ଏଚ୍ ତାରିଖ ୧୮ ଜୁଲାଇ ୨୦୧୨ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ମାତ୍ର ଚାକିରୀରେ ଯୋଗ ଦେବା ପରଠୁ ୩୦ ନଭେମ୍ବର ୨୦୧୫ ପର୍ଯ୍ୟନ୍ତ ଦୀର୍ଘ ତିନି ବର୍ଷ ଚାରି ମାସ ଛୁଟିରେ ରହିଥିଲେ।ତେବେ ଡାକ୍ତର ଚେତନା ପୁରୋହିତ ସରକାରୀ ଡାକ୍ତର ଭାବେ ନିଯୁକ୍ତି ପାଇବାର ଏକ ମାସ ପୂର୍ବରୁ ଅର୍ଥାତ ୨୭ ଜୁନ ୨୦୧୨ ଠାରୁ ପାରାଦ୍ୱୀପ ସ୍ଥିତ ଆଇଓସିଏଲ ର  ବିବେକାନନ୍ଦ କେନ୍ଦ୍ର ହସ୍ପିଟାଲରେ ଯୋଗ ଦେଇଥିଲେ ଏବଂ ରାଜ୍ୟ ସରକାର ଓ ଆଇଓସିଏଲ ରୁ ଦରମା ନେଉଥିବା ବିଷୟ  ୨୦ ମେ ୨୦୧୫ ତାରିଖରେ ଲୋକଲୋଚନକୁ ଆସିଥିଲା । ଡାକ୍ତର ଚେତନା ପୁରୋହିତଙ୍କୁ ୧୭ ମେ ୨୦୧୫ ରେ ଆଇଓସିଏଲ କର୍ତ୍ତୃପକ୍ଷ ଚାକିରୀରୁ ବହିସ୍କୃତ ମଧ୍ୟ କରିଥିଲେ। ମାତ୍ର ଚତୁରତାର ସହିତ ggଡାକ୍ତର ଚେତନା ପୁରୋହିତ ବଲାଙ୍ଗୀର ଜ଼ିଲ୍ଲାରୁ କୁଜଙ୍ଗ ବ୍ଲକ ଅଧୀନ ମାଳହୁଙ୍କା  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି ହୋଇ ଆସିଥିଲେ ଏବଂ ଆଇଓସିଏଲ ର ବିବେକାନନ୍ଦ ହସ୍ପିଟାଲ ଓ ମାଳହୁଙ୍କା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରି ଚାଲିଥିଲେ।ଜଣେ ସରକାରୀ କର୍ମଚାରୀ ହୋଇ ସେ ସରକାରୀ ଆଦେଶ ଅବମାନନା କରିବା, ଦାୟିତ୍ୱରେ ଅବହେଳା ଏବଂ ସ୍ୱାସ୍ଥ୍ୟ ସେବାରେ ତ୍ରୁଟି ଯୋଗୁ ତାଙ୍କୁ ପ୍ରିନସିପାଲ ସଚିବ ପତ୍ର  ସଂଖ୍ୟା ୨୧୯୯୯/ ତା,୫ ଅକ୍ଟୋବର ୨୦୧୫ ରେ ତାଙ୍କ ସ୍ପଷ୍ଟୀକରଣ ଦେବା ପାଇଁ ତାଗିଦ୍ କରିଥିଲେ। ମାତ୍ର ସେ ଏହାର ସ୍ପଷ୍ଟୀକରଣ ଦେଇନାହାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ଏହି ପତ୍ରକୁ  ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଚପାଇ ଦିଆଯାଇଥିଲା। ଏପରିକି ଡାକ୍ତର ଚେତନା ପୁରୋହିତ ଦଣ୍ଡିତ ହେବା ପରିବର୍ତ୍ତେ ମାଳହୁଙ୍କା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ୍ଷକ ଭାବେ ଦାୟିତ୍ଵ ଭାର ଗ୍ରହଣ କରିଥିଲେ।ଡାକ୍ତର ଚେତନା ପୁରୋହିତଙ୍କ ଦାୟିତ୍ବ ହୀନତା ଓ ଜାଲିଆତି ଯୋଗୁ କୁଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଂଲାଦେଶୀ ଶିଶୁ ମାନଙ୍କୁ ଜନ୍ମ ପ୍ରମାଣପତ୍ର ଦିଆଯିବା ସହିତ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କାର୍ଯ୍ୟରେ ବ୍ୟାପକ ଜାଲିଆତି ଖବର ମଧ୍ୟ ଆସିଥିଲା।ଏବେ ଏହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତଦନ୍ତଧୀନ ରହିଛି।ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିବା ବେଳେ ଡାକ୍ତରଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କୁଜଙ୍ଗ ଭଳି ସଚେତନଶିଳ ଅଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିକ୍ଷକ ପଦରେ ଥଇଥାନ କୁ ସାଧାରଣ ରେ ପ୍ରଶ୍ନ ଉଠିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS