*ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡି ର ସାମ୍ବାଦିକ ସମ୍ମିଳନୀ*
ମାଲକାନଗିରି ତା ୧୪/୧୧ (ମଣିଭଦ୍ରା ଖବର)
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୫ ତାରିଖର ମାଲକାନଗିରି ଜିଲ୍ଲା ଗସ୍ତକୁ କଡ଼ା ବିରୋଧ କରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅତ୍ୟନ୍ତ ଜୋରଦାର, କ୍ରୋଧାନ୍ୱିତ ଏବଂ ପ୍ରତିବାଦମୂଳକ ସ୍ୱର ଉତ୍ତୋଳନ କରାଯାଇଛି, ଯେଉଁଥିରେ ସରକାରଙ୍କ ସର୍ବଗ୍ରାସୀ ଅବହେଳା ଓ ପ୍ରତାରଣାକୁ ପଦାରେ ପକାଯାଇଛି; ଦୀର୍ଘ ବର୍ଷ ଧରି ମାଲକାନଗିରିର ମୋଟୁ ଅଞ୍ଚଳରେ ପୋଲାଭରମ୍ ପ୍ରକଳ୍ପର କରାଳଗ୍ରାସ ଓ କ୍ଷତିପୂରଣ ଦାବିରେ ଜନସାଧାରଣ ଲଢ଼ିଆସୁଥିଲେ ମଧ୍ୟ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଟ୍ରିପଲ୍ ଇଞ୍ଜିନ ସରକାର ଗ୍ରାମସଭା କି ପଲ୍ଲୀସଭା କରାଇ ଗରୀବ ଜନତାଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ସେପଟେ ମାଲକାନଗିରି ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ବାରମ୍ବାର ଓହ୍ଲାଉଥିଲେ ହେଁ ଏହାକୁ ଡିଜିସିଏ ଦ୍ୱାରା ସ୍ଥାୟୀ ମଞ୍ଜୁରୀ କରାଇ କାର୍ଯ୍ୟକାରୀ କରିବାରେ ଅକ୍ଷମ ରହିଛନ୍ତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ବିଶାଖାପାଟନମ୍, ରାୟପୁର, ହାଇଦ୍ରାବାଦ ତଥା ଭୁବନେଶ୍ୱର ସଂଯୋଗୀକରଣ ଓ ଅର୍ଥନୈତିକ ସମୃଦ୍ଧିର ଯୋଜନାକୁ ଧୂଳିସାତ୍ କରିଦେଇଛନ୍ତି, ମାଥିଲିରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ଗୁରୁତ୍ୱପୂର୍ଣ୍ଣ ତଳିଆ ସେତୁଗୁଡ଼ିକୁ ଉଚ୍ଚ ସେତୁରେ ରୂପାନ୍ତରିତ କରିବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିବା ନିର୍ମାଣ କାର୍ଯ୍ୟକୁ ଏହି ଅଳସୁଆ ସରକାର ଆଜି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି, ରାଜ୍ୟର ବେକାର ଯୁବକଯୁବତୀଙ୍କୁ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବାର ବଡ଼ବଡ଼ ପ୍ରତିଶ୍ରୁତି କେବଳ କାଗଜପତ୍ର ଓ ଭାଷଣରେ ସୀମିତ ରହିଛି, ଗତବର୍ଷ ମାଲ୍ୟବନ୍ତ ମହୋତ୍ସବରେ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଘୋଷିତ ମେଗା ଫୋର୍ ଲେନ୍ ରାସ୍ତା ନିର୍ମାଣର ଆଜିଯାଏଁ କୌଣସି ନାମଗନ୍ଧ ନାହିଁ କି ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜରେ ପରିଣତ କରିବାର ପ୍ରତିଶ୍ରୁତି କେବଳ ଫମ୍ପା ଆଶ୍ୱାସନାରେ ପରିଣତ ହୋଇଛି, ସେହିପରି ଅବହେଳିତ କୋଣ୍ଡାରେଡ୍ଡୀ ଛାତ୍ରଛାତ୍ରୀଙ୍କ ଆବାସିକ ଗୃହ ନିର୍ମାଣ ନିମନ୍ତେ ଘୋଷିତ ୩ କୋଟି ଟଙ୍କାର ଅନୁଦାନ ଆଜିଯାଏଁ ମାଟିରେ ରୂପ ନେଇପାରି ନାହିଁ, ଗତବର୍ଷର ମାଲ୍ୟବନ୍ତ ମହୋତ୍ସବରେ ୨୪୫ କୋଟି ଟଙ୍କାର ୮୮ଟି ପ୍ରକଳ୍ପର ଯେଉଁ ପ୍ରହସନମୂଳକ ଉଦ୍ଘାଟନ କରାଯାଇଥିଲା ତାର ବାସ୍ତବରେ କୌଣସି ଅସ୍ତିତ୍ୱ ନାହିଁ, ଜୟପୁର-ମାଲକାନଗିରି ରେଳପଥ ପ୍ରକଳ୍ପ ପାଇଁ ପୂର୍ବ ସରକାର ୨୫ ପ୍ରତିଶତ ଜମି ବିନାମୂଲ୍ୟରେ ଯୋଗାଇଦେବାକୁ ଘୋଷଣା କରିଥିଲେ ବି ଡବଲ ଇଞ୍ଜିନ ସରକାର ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଗକୁ ବଢ଼ାଇ ପାରିନାହାନ୍ତି, ଗତବର୍ଷର ଭୟଙ୍କର ବନ୍ୟା ଓ ବର୍ଷାରେ ଧ୍ୱଂସପ୍ରାପ୍ତ ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଆଜିପର୍ଯ୍ୟନ୍ତ ସରକାରୀ ସହାୟତା କି କ୍ଷତିପୂରଣ ମିଳିପାରି ନାହିଁ, ନୂତନ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ନାମରେ ଗଣମାଧ୍ୟମରେ ମାଳମାଳ ବିଜ୍ଞାପନ ଦିଆଯାଉଥିବାବେଳେ ମାଲକାନଗିରିରେ ପ୍ରାୟ ୭ ମାସ ହେଲା ଶହ ଶହ ବୃଦ୍ଧବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇ ହାହାକାର କରୁଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ନିର୍ମିତ ସମସ୍ତ ପୁରୁଣା କୋଠାଗୁଡ଼ିକୁ କେବଳ ନୂଆ ରଙ୍ଗ ମାରି ନିଜର ବୋଲି ପ୍ରଚାର କରାଯାଉଛି ଏବଂ ପୁରୁଣା 'ଲକ୍ଷ୍ମୀ ବସ୍' ଗୁଡ଼ିକର ରଙ୍ଗ ବଦଳାଇ ବାହାବା ନିଆଯାଉଛି, ଏବଂ ସବୁଠୁ ବଡ଼ କଥା ହେଲା ମୋଟୁରୁ ଭୁବନେଶ୍ୱର ବା ପୁରୀ ଯିବାଆସିବା ପାଇଁ ବସ୍ ଭଡ଼ାକୁ ଅହେତୁକ ଭାବେ ଆକାଶଛୁଆଁ ବୃଦ୍ଧି କରାଯାଇଥିବାରୁ ସାଧାରଣ ଶ୍ରମିକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ଅତ୍ୟନ୍ତ ଦୟନୀୟ ଭାବେ ପ୍ରଭାବିତ ହେଉଛନ୍ତି; ଏଭଳି ସର୍ବଗ୍ରାସୀ ଅବହେଳା, ଜନବିରୋଧୀ ନୀତି ଏବଂ ମିଥ୍ୟା ପ୍ରତିଶ୍ରୁତିର କଡ଼ା ପ୍ରତିବାଦ କରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ ଓ ତୀବ୍ର ବିରୋଧ କରାଯାଉଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ
ବିଧାୟକ ମାନସ ମାଡକାମି,ବିଜେଡି ଷ୍ଟେଟ୍ ସେକ୍ରେଟାରୀ ଦୁର୍ଗା ପ୍ରସାଦ ତ୍ରିପାଠୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ, ପ୍ରଫୁଲ୍ଲ ପଣ୍ଡା, ସର୍ବ କୁମାର ବିଶାୟୀ, ସଦାନନ୍ଦ ଖରା,କେ ରାହୁଲଏବଂ ଅନ୍ୟାନ୍ୟ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।
ସତ୍ୟ ନାରାୟଣ ଦାଶ, ମାଲକାନଗିରି ପ୍ରତିନିଧି


Post a Comment