BREAKING
Loading...
:

ଝାଡ଼ବନ୍ଧରେ ଅବକାରୀ ଚଢ଼ାଉ, ୩୨ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ

 ଝାଡ଼ବନ୍ଧରେ ଅବକାରୀ ଚଢ଼ାଉ, ୩୨ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ



ଧରାକୋଟ,/ବେଲଗୁଣ୍ଠା ,୧୧/୧୧,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୨ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡା ଦୀପକ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ  ହୋଇଥିବା ଏହି ଚଢ଼ାଉରେ ଗ୍ରାମର ବିଦ୍ୟାଧର ବିଷୋୟୀଙ୍କ ହେପାଜତରୁ ୨୦ ଲିଟର ୪୦୦ ମିଲିଲିଟର ଦେଶୀ ମଦ (OS) ଏବଂ ୧୧ ଲିଟର ୯୭୦ ମିଲିଲିଟର ବିଦେଶୀ ମଦ (FL) ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ଗାଙ୍ଗପୁର ଥାନାରେ କେସ୍ ନମ୍ବର ୫୪୯/୨୬ ରୁଜୁ କରାଯାଇଛି। ଅଭିଯୁକ୍ତ ବିଦ୍ୟାଧର ବିଷୋୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ଦିଗରେ ଏଭଳି ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS