BREAKING
Loading...
:

ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛନ୍ତି ୫ଟି ବିଶାଳ ଗ୍ରହାଣୁ!

 



*ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛନ୍ତି ୫ଟି ବିଶାଳ ଗ୍ରହାଣୁ! ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ମହାକାଶୀୟ ପଥରଗୁଡ଼ିକ ପୃଥିବୀର ଅତି ନିକଟ ଦେଇ ଅତିକ୍ରମ କରିବେ। ନଭେମ୍ବର ୧୯ ଓ ୨୦ ତାରିଖରେ ଏହି ଗ୍ରହାଣୁଗୁଡ଼ିକର ଗତିବିଧି ଉପରେ ମହାକାଶ ବିଜ୍ଞାନୀମାନେ ନଜର ରଖିଛନ୍ତି। ଏହାକୁ ନେଇ ମହାକାଶ ଗବେଷଣା ମହଲରେ ଚର୍ଚ୍ଚା ବଢ଼ିଛି। ତେବେ ଏହି ଗ୍ରହାଣୁଗୁଡ଼ିକ ପୃଥିବୀରେ ମାଡ଼ ହେବେ କି? ଏହାକୁ ନେଇ ରହିଛି କି ବଡ଼ ବିପଦ?*


*ସୂଚନା ଅନୁସାରେ, ଏହି ୫ଟି ଗ୍ରହାଣୁର ନାମ ହେଉଛି ୨୦୨୬ VA11, ୨୦୨୬ TB84, ୨୦୨୬ VD6, ୨୦୧୮ NE1 ଏବଂ ୨୦୦୭ WK3। ଏଗୁଡ଼ିକର ଆକାର ପ୍ରାୟ ୧୦ ମିଟରରୁ ୧୨୦ ମିଟର ପର୍ଯ୍ୟନ୍ତ ହୋଇପାରେ। ଏହି ଗ୍ରହାଣୁଗୁଡ଼ିକର ଗତିପଥ ଓ ପୃଥିବୀଠାରୁ ଦୂରତା ଉପରେ ବୈଜ୍ଞାନିକମାନେ ନଜର ରଖିଛନ୍ତି।*


*?ସବୁଠାରୁ ନିକଟ ଦେଇ ଯିବ ୨୦୨୬ VA11*

ନଭେମ୍ବର ୧୯ରେ ୨୦୨୬ VA11 ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟ ଦେଇ ଅତିକ୍ରମ କରିବ। ଏହା ପୃଥିବୀଠାରୁ ପ୍ରାୟ ୩୩ ଲକ୍ଷ ୫୦ ହଜାର କିଲୋମିଟର ଦୂରତାରେ ରହିବ। ଏହାର ଆକାର ୧୦ରୁ ୨୨ ମିଟର ମଧ୍ୟରେ ହୋଇଥିବା ଆକଳନ କରାଯାଇଛି। ଘଣ୍ଟାପ୍ରତି ପ୍ରାୟ ୩୨ ହଜାର ୪୦ କିଲୋମିଟର ବେଗରେ ଏହା ଗତି କରିବ।


ସେହିପରି ୨୦୨୬ TB84 ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ଆକାର ୫୦ରୁ ୧୧୦ ମିଟର ହୋଇପାରେ। ନଭେମ୍ବର ୧୯ରେ ଏହା ପୃଥିବୀଠାରୁ ପ୍ରାୟ ୪୬ ଲକ୍ଷ ୪୦ ହଜାର କିଲୋମିଟର ଦୂର ଦେଇ ଯିବ।


*?ଘଣ୍ଟାପ୍ରତି ୪୭ ହଜାର କିଲୋମିଟର ବେଗ!*

ଏହି ତାଲିକାରେ ଥିବା ୨୦୧୮ NE1 ଗ୍ରହାଣୁ ସବୁଠାରୁ ଦ୍ରୁତଗତିରେ ଗତି କରୁଛି। ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୪୭ ହଜାର ୮୮୦ କିଲୋମିଟର। ନଭେମ୍ବର ୧୯ରେ ଏହା ପୃଥିବୀଠାରୁ ପ୍ରାୟ ୬୩ ଲକ୍ଷ ୮୦ ହଜାର କିଲୋମିଟର ଦୂର ଦେଇ ଅତିକ୍ରମ କରିବ।


ଅନ୍ୟପଟେ ୨୦୦୭ WK3 ପ୍ରାୟ ୫୪ ଲକ୍ଷ ୭୦ ହଜାର କିଲୋମିଟର ଦୂର ଦେଇ ଯିବ। ନଭେମ୍ବର ୨୦ରେ ୨୦୨୬ VD6 ପ୍ରାୟ ୪୦ ଲକ୍ଷ ୧୦ ହଜାର କିଲୋମିଟର ଦୂରତାରେ ପୃଥିବୀକୁ ଅତିକ୍ରମ କରିବ।


*?ପୃଥିବୀ ପାଇଁରହିଛି କି ବିପଦ?*

ତେବେ ଏତେ ସଂଖ୍ୟକ ଗ୍ରହାଣୁ ପୃଥିବୀ ନିକଟ ଦେଇ ଯାଉଥିଲେ ମଧ୍ୟ ଭୟ କରିବାର କାରଣ ନାହିଁ। ବର୍ତ୍ତମାନର ଆକଳନ ଅନୁସାରେ, ଏହି ୫ଟି ଗ୍ରହାଣୁ ମଧ୍ୟରୁ କୌଣସିଟିର ପୃଥିବୀ ସହ ଧକ୍କା ହେବାର ଆଶଙ୍କା ନାହିଁ। ତେବେ ଏଭଳି ମହାକାଶୀୟ ବସ୍ତୁଗୁଡ଼ିକର ଗତିପଥ ଉପରେ ନଜର ରଖିବା ଗ୍ରହ ସୁରକ୍ଷା ଗବେଷଣା ପାଇଁ ଅତ୍ୟନ୍ତ ଜରୁରୀ।


ବିଶେଷ କରି ୧୪୦ ମିଟରରୁ ଅଧିକ ଆକାରର ଗ୍ରହାଣୁଗୁଡ଼ିକ ବୈଜ୍ଞାନିକଙ୍କ ପାଇଁ ଅଧିକ ଚିନ୍ତାର ବିଷୟ। କାରଣ ଏଭଳି ଗ୍ରହାଣୁ ପୃଥିବୀରେ ମାଡ଼ ହେଲେ ବଡ଼ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇପାରେ। ତେଣୁ ପ୍ରଶ୍ନ କେତେ ନିକଟ ଦେଇ ଗ୍ରହାଣୁ ଯାଉଛି ତାହା ନୁହେଁ, ବରଂ ଭବିଷ୍ୟତରେ ତାହାର ଗତିପଥ ପୃଥିବୀ ସହ ମିଶିବାର ଆଶଙ୍କା ଅଛି କି ନାହିଁ, ତାହା ହିଁ ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS